କ୍ରିକେଟ ଜଗତରେ ଇତିହାସ, ପ୍ରଥମରୁ ନବମ ପର୍ଯ୍ୟନ୍ତ ଖେଳାଳି ମାରିଲେ ଶତକ-ଅର୍ଦ୍ଧଶତକ

ଆଜି କ୍ରିକେଟ ଜଗତରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ରଣଜୀ ଟ୍ରଫିର କ୍ଵାର୍ଟର ଫାଇନାଲ୍ ମ୍ୟାଚ ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ମଧ୍ୟରେ ବେଙ୍ଗାଲୁରୁରେ ଖେଳା ଯାଉଥିବା କ୍ଵାର୍ଟର ଫାଇନାଲ୍‌ ମ୍ୟାଚରେ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ମ୍ୟାଚରେ ପଶ୍ଚିମବଙ୍ଗ ଟିମ ୭ ଓ୍ଵିକେଟ୍ ହରାଇ ୭୭୩ ରନର ବିଶାଳ ସ୍କୋର କରି ପ୍ରଥମ ଇନିଂସ ଘୋଷଣା କରିଛନ୍ତି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଦଳର ଓପନିଂ ବ୍ୟାଟସମ୍ୟାନଙ୍କ ଠାରୁ ଆରମ୍ଭ କରି ନବମ ଖେଳାଳି ପର୍ଯ୍ୟନ୍ତ ବ୍ୟାଟସମ୍ୟାନ ୫୦ କିମ୍ବା ଏହା ଠାରୁ ଅଧିକ ସ୍କୋର କରିଛନ୍ତି। ଯେବେକି ଦୁଇ ଜଣ ବ୍ୟାଟସମ୍ୟାନଙ୍କ ଶତକ କରିଛନ୍ତି ।

ଦଳ ପକ୍ଷରୁ ସୁଦୀପ କୁମାର ଘରାମୀ ସବୁଠୁ ଅଧିକ ୧୮୬ ରନ ସ୍କୋର କରିଥିବାବେଳେ ଅଭିଜିତ ମଜୁମଦାର ୧୧୭ ରନ ସ୍କୋର କରିଛନ୍ତି। ଦୁଇଟି ଶତକ ବ୍ୟତୀତ ବାକି ସାତ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅର୍ଦ୍ଧଶତକ ମାରିଥିବା ବ୍ୟାଟସମ୍ୟାନଙ୍କ ତାଲିକାରେ ପଶ୍ଚିମବଙ୍ଗର କ୍ରୀଡା ମନ୍ତ୍ରୀ ମନୋଜ ତିଓ୍ଵାରୀ ଅଛନ୍ତି । ସେ ୭୩ ରନର ଇନିଂସ ଖେଳିଛନ୍ତି।

ମ୍ୟାଚର ଶେଷ ଆଡକୁ ଆକାଶ ଦୀପ ଶେଷ ଆଡକୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମାତ୍ର ୧୮ ବଲରୁ ୫୩ ରନର ଅପରାଜିତ ରନ ସ୍କୋର କରିଛନ୍ତି । ଯେଉଁଥିରେ ୮ ଛକା ସାମିଲ୍ ରହିଛି । ଆକାଶ ଦୀପ ଧମାକାଦାର ପ୍ରଦର୍ଶନ କରିଛନ୍ତି | ଆକାଶ ଦୀପ ରଣଜୀ ଟ୍ରଫି ମୁକାବିଲାରେ ମଧ୍ୟ ପାଖାପାଖି ୩୦୦ ଷ୍ଟ୍ରାଇକ୍ ରେଟରେ ରନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.