Below header

ବ୍ୟାଟିଂ କରୁଥିବା ସମୟରେ ବାରମ୍ବାର ଗୋଟିଏ ମନ୍ତ୍ର ଉଚ୍ଚାରଣ କରୁଥିଲେ ଅଜିଙ୍କ୍ୟ ରାହାଣେ, ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ କ୍ୟାପଟେନ ବିରାଟ କୋହଲି ସାଉଥ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳିଛି। ଏହା ପୂର୍ବରୁ ଚୟନକର୍ତ୍ତା ଟିମ୍‌ ସାଉଥ ଆଫ୍ରିକା ପାଇଁ ଟିମ୍‌ ବାଛିବା ସମୟରେ ରାହାଣେଙ୍କ ଠାରୁ ଉପ ଅଧିନାୟକ ପଦ ଛଡାଇନେଇଥିଲେ। ଦୀର୍ଘଦିନରୁ ଖରାପ ଫର୍ମ ଦେଇ ଗତି କରୁଥିବା ରାହାଣେ ଯଦି ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ ନ କରନ୍ତି, ତେବେ ତାଙ୍କ କ୍ୟାରିଅର ପାଇଁ ବଡ ବିପଦ ଆସିପାରେ। ତେଣୁ ପୁରା ଦମ୍‌ରେ ଲାଗିପଡିଛନ୍ତି ରାହାଣେ।

ନମ୍ବର ୫ ସ୍ଥାନରେ ବ୍ୟାଟିଂ ପାଇଁ ଆସୁଥିବା ରାହାଣେ ପଡିଆରେ ଏକାଗ୍ରତା ବଢାଇବା ପାଇଁ ମନ୍ତ୍ର ଉଚ୍ଚାରଣ କରୁଥିବା ନଜର ଆସିଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚରେ ବ୍ୟାଟିଂ କରୁଥିବା ସମୟରେ ବାରମ୍ବାର ରାହାଣେ ଏହି ମନ୍ତ୍ର ଉଚ୍ଚାରଣ କରୁଥିଲେ। ଆଉ ଏହି ମନ୍ତ୍ର ଉଚ୍ଚାରଣ କରିବା ବେଳେ ରାହାଣେ ଖେଳ ପ୍ରତି ଫୋକସ କରିପାରୁଥିଲେ।

ପ୍ରଥମ ଦିନର ଖେଳ ସୁଦ୍ଧା ରାହାଣେ ୮୧ଟି ବଲ୍‌ ଖେଳି ୮ ଟି ଚୌକା ମାରି ୪୦ ରନ୍‌ କରିଥିଲେ। ଦ୍ୱିତୀୟ ଦିନ ମଧ୍ୟ ଖେଳିବା ସମୟରେ ଏକାଗ୍ରତା ବଢିବା ପାଇଁ ମନ୍ତ୍ରକୁ ବାରମ୍ବାର ଉଚ୍ଚାରଣ କରିବେ। ସୂଚନାଯୋଗ୍ୟ, ରାହାଣେ ଏବର୍ଷ କୌଣସି ଶତକ କରିନାହାନ୍ତି। ସେ ୨୦୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିଲେ।

ଏହା ପରେ ରାହାଣେ ରନ୍‌ ପାଇଁ ଲଗାତାର ସଂଘର୍ଷ କରୁଛନ୍ତି। ଏହି ବର୍ଷ ୧୩ଟି ଟେଷ୍ଟରେ ୨୨ଟି ଇନିଂସ ଖେଳି ମାତ୍ର ୧୯.୫୭ ହାରରେ ୪୫୧ ରନ୍‌ କରିଛନ୍ତି। ଏହା ମଧ୍ୟରେ ୨ଟି ଅର୍ଦ୍ଧଶତକ ମାରିଥିବା ବେଳେ ୨ଥର ଶୂନ କରି ଆଉଟ୍‌ ହୋଇଛନ୍ତି।

ସୂଚନାଯୋଗ୍ୟ, ଭାରତ ପ୍ରଥମ ଦିନରେ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ତିନି ୱିକେଟ୍‌ ହରାଇ ୨୭୨ ରନ୍‌ କରିଛି । ଆରମ୍ଭରୁ ଭଲ ଖେଳିଥିଲା ଟିମ୍‌ ଇଣ୍ଡିଆ । ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ୍‌ ଯୋଡ଼ି ଭଲ ଆରମ୍ଭ କରିଥିଲେ । ମୟଙ୍କ ଅଗ୍ରଓ୍ଵାଲ୍‌ ୬୦ ରନ୍‌ କରି ପାଭିଲନ୍‌ ଫେରିଥିଲେ । ଖାତା ଖୋଲି ପାରି ନଥିଲେ ଚେତେଶ୍ୱର ପୂଜାରା । ବିରାଟ କୋହଲି ୩୫ ରନ୍‌ କରିଛନ୍ତି । ଅଜିଙ୍କ୍ୟ ରାହାଣେଙ୍କୁ ସାଥି କରି ବ୍ୟାଟିଂ ଜାରି ରଖିଛନ୍ତି ଲୋକେଶ ରାହୁଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.