ହୌସଲା-୨୦୧୯ର ଚାମ୍ପିଅନ ସର୍ବଭାରତୀୟ ଓଡ଼ିଶା ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ହୌସଲା-୨୦୧୯ର ଚାମ୍ପିଅନ ସର୍ବଭାରତୀୟ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା। ଓଡ଼ିଶା ଦଳ ୩୦ଟି ପଦକ ହାସଲ କରିଛି। ଏଥିରେ ୧୪ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ରହିଥିଲା। ଓଡ଼ିଶା ଦଳର ଏହି ବିଜୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି।

naveen

ସ୍ୱର୍ଣ୍ଣପଦକ ବିଜେତାଙ୍କୁ ୫୦ହଜାର, ରୌପ୍ୟ ପଦକ ବିଜେତାଙ୍କୁ ୩୦ହଜାର ଓ କାଂସ୍ୟ ପଦକ ବିଜେତାଙ୍କୁ ୨୦ହଜାର ନଗଦ ଅର୍ଥରାଶି ସହ ସମ୍ମାନଫଳକ ପ୍ରଦାନ କରାଯାଇଛି। ଡିସେମ୍ବର ୧୯ରୁ ୨୧ତାରିଖ ଯାଏ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ୩୯ ପ୍ରତିଯୋଗୀ ଭାଗ ନେଇଥିଲେ। ୨୯ଟି ରାଜ୍ୟରୁ ମୋଟ ୯ଶହ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.