Below header

ଯଦି ସତ ହୋଇଥାଏ ତାହା ହେଲେ ସାଂଘାତିକ, ଟିମ୍‌ ଇଣ୍ଡିଆରେ ଫାଟ ?

କୌଣସି ଦଳ ଯଦି ଜିତୁଥାଏ ତେବେ ଏଥିରେ ଥିବା ସମସ୍ୟା କଥା ସମସ୍ତେ ଭୁଲି ଯାଆନ୍ତି । ହେଲେ ଯଦି ହାରିଯାଏ ଏଥିରେ ଥିବା ଛୋଟିଆ ଫାଟ ବି ବାହାରକୁ ଜଳ ଜଳ ହୋଇ ଦିଶେ । ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଏବେ ସେହିଭଳି ଗୋଟିଏ ଗୋଟିଏ ସମସ୍ୟା ଓ ବିବାଦର କଥା ପଦାକୁ ଆସୁଛି । ଏବେ କଥା ଉଠିଛି ଯେ ଦଳରେ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ଭିତରେ ଜମାରୁ ପଡୁନାହିଁ । ସେମାନଙ୍କର ଦୁଇଟି ଅଲଗା ଗୋଷ୍ଠୀ ରହିଛି । କିଛି କୋହଲିଙ୍କୁ ଓ ଆଉ କିଛି ରୋହିତଙ୍କୁ ସମର୍ଥନ କରନ୍ତି ।

KOHLI-SHASTRY
ସେହିଭଳି କଥା ଆସୁଛି ଯେ ଦଳରେ କ୍ୟାପଟେନ୍‌ କୋହଲି ଓ ମୁଖ୍ୟ କେଚ୍‌ ରବି ଶାସ୍ତ୍ରୀ ହେଉଛନ୍ତି ସର୍ବେସର୍ବା । ସେମାନେ ଯାହା କହିବେ ସେଇଟା ବେଦର ଗାର । ଆଉ କାହାର ମତାମତକୁ ଗ୍ରହଣ କରାଯାଏ ନାହିଁ । ଯିଏ ବିରାଟଙ୍କର ପ୍ରିୟ ସେହି ଖେଳାଳିଙ୍କୁ ଦଳରେ ସୁଯୋଗ ମିଳୁଛି । ଯେମିତିକି କେଏଲ୍‌ ରାହୁଲ ଯେତେ ଖରାପ ଖେଳିଲେ ବି ସୁଯୋଗ ପାଇବେ । ଆଉ ରୋହିତ ଚାହୁଁଥିବା ଖେଳାଳି ଦଳରେ ସ୍ଥାନ ପାଇବେ କି ନାହିଁ ତାର କିଛି ଗ୍ୟାରେଣ୍ଟି ନଥାଏ । ରୋହିତ ଓ ବୁମରାଙ୍କ ଭଳି ଖେଳାଳି କେବଳ ନିଜ ଭଲ ପ୍ରଦର୍ଶନ ଯୋଗୁଁ ଦଳରେ ରହି ପାରିଛନ୍ତି । କୋହଲି ଏମିତି ଚାଲ୍‌ ଖେଳିଲେ ଯେ ଅଲରାଉଣ୍ଡର ଅମ୍ବାତି ରାୟୁଡୁ ଅବସର ନେବା ଲାଗି ବାଧ୍ୟ ହେଲେ ।

KOHLIକୋହଲିଙ୍କୁ ଜଣେ ଖେଳାଳି ଭାବେ ସମସ୍ତେ ପସନ୍ଦ କରନ୍ତି ହେଲେ ଅଧିନାୟକ ଭାବେ କେହି ଗ୍ରହଣ କରିବାକୁ ରାଜି ନୁହନ୍ତି । ବିଶ୍ୱକପ୍‌ ପରେ ଯଦି କୋହଲିଙ୍କୁ ଅଧିନାୟକ ପଦରୁ ବାହାର କରାଯାଏ ତେବେ ଅଧିକାଂଶ ଖେଳାଳି ଖୁସି ହେବେ ବୋଲି କୁହାଯାଉଛି । କାରଣ ପ୍ରାୟ ସମସ୍ତ ଖେଳାଳି ଦଳରୁ ବାଦ୍‌ ପଡ଼ିବା ଭୟରେ ମୁହଁ ଖୋଲୁ ନଥିଲେ ମଧ୍ୟ କୋହଲି ଓ ଶାସ୍ତ୍ରୀଙ୍କ କାର୍ଯ୍ୟକଳାପରେ ଖୁବ୍‌ ଅସନ୍ତୁଷ୍ଟ ଅଛନ୍ତି ।
ତେବେ ଇଏ ହେଉଛି ଶୁଣା କଥା । କାରଣ ଗୁରୁଜନମାନେ କହିଛନ୍ତି ପରା । ଯାହା ନଦେଖିବ ବେନି ନୟନେ, ପରତେ ନଯିବ ଗୁରୁ ବଚନେ । ତେଣୁ ଅପେକ୍ଷା କରିବା ଆଗକୁ ଟିମ୍‌ ଇଣ୍ଡିଆର ଗତି କୁଆଡ଼େ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.