Below header

ହକି ଖେଳାଳି ଅମିତ ରୋହିଦାସ ଓ ବକ୍ସିଂ କୋଚ୍‌ ବ୍ରଜ ଭୂଷଣ ପାଇବେ ଓସଜା ପୁରସ୍କାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାର ଯୁବ ହକି ଖେଳାଳି ଅମିତ ରୋହିଦାସ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ବକ୍ସିଂ କୋଚ୍‌ ବ୍ରଜ ଭୂଷଣ ମହାନ୍ତି ପାଇବେ ଓସଜା କ୍ରୀଡ଼ା ପୁରସ୍କାର । ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜା ପକ୍ଷରୁ ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ୱର ଠାରେ ଏହି ଦୁଇ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରାଯିବ । ୨୦୧୮ ବର୍ଷ ପାଇଁ ଅମିତଙ୍କୁ ଶ୍ରେଷ କ୍ରୀଡ଼ାବିତ୍‌ ଏବଂ ବ୍ରଜ ଭୂଷଣଙ୍କୁ ଜୀବନ ବ୍ୟାପି ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯିବ ବୋଲି ଓସଜା ସୂତ୍ରରୁ ପ୍ରକାଶ ।
ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ଶାଖା ଭାବେ କାର୍ଯ୍ୟ କରୁଥିବା ଓସଜା ତରଫରୁ ଗତ ୨୦୧୭ରୁ ଏହି ଦୁଇ ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଉଭୟ ପୁରସ୍କାର ବାବଦରେ ମାନପତ୍ର ସହିତ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ରାଉରକେଲା ସ୍ଥିତି ପାନପୋଷ କ୍ରୀଡ଼ା ଛାତ୍ରାବାସରେ ତାଲିମ ପ୍ରାପ୍ତ ଅମିତ ରୋହିଦାସ ହେଉଛନ୍ତି ଭାରତୀୟ ହକି ଦଳର ଜଣେ ନିୟମିତ ସଦସ୍ୟ ଏବଂ ୭୮ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସାରିଛନ୍ତି । ୨୦୧୭ ଢାକା ଏସିଆ କପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ ।
ଗଞ୍ଜାମ ଜିଲ୍ଲା ବାସିନ୍ଦା ବ୍ରଜ ଭୂଷଣ ୨୦୧୭ରେ ମର୍ଯ୍ୟାଦାଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିଲେ । ଶିବ ଥାପ୍ପା, ଡିଙ୍ଗକୋ ସିଂହ, ଗୁରୁଚରଣ ସିଂହ, ବିକାଶ ଯାଦବଙ୍କ ଭଳି ଅନେକ ଅନ୍ତର୍ଜାତୀୟ ତଥା ପଦକ ବିଜେତା ବକ୍ସର ହେଉଛନ୍ତି ତାଙ୍କର ଶିଷ୍ୟ ।ସେ ୨୦୦୨ରୁ ୨୦୧୧ ପର୍ଯ୍ୟନ୍ତ ଭାରତୀୟ ବକ୍ସିଂ ଦଳର କୋଚ୍‌ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.