Below header

ଆପଣଙ୍କୁ କେଉଁ ରୋଗ ହୋଇଛି ଏହାର ସୂଚନା ଦେବ ଫେସବୁକ୍

ଆପଣଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇପାରିବ। ସେ ଏହି କଥାର ଭବିଷ୍ୟବାଣୀ ଦେଇପାରିବ ଯେ ତାର ୟୁଜର ରୋଗାଗ୍ରସ୍ଥ ନା ନାହିଁ। ଏହା ଶୁଣିବାକୁ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ଯଦି ଆପଣଙ୍କୁ ଡାଇବେଟିଜ୍ ଅଛି ଏବଂ ଆପଣ ଅବସାଦ ଏବଂ ଅନ୍ୟ ମାନସିକ ସମସ୍ୟାରେ ଜଡିତ ଅଛନ୍ତି ତେବେ ଆପଣ ସୋସିଆଲ ମିଡିଆ ପୋଷ୍ଟ ଜରୀଆରେ ଏହି ବିଷୟରେ ସୂଚନା ପାଇପାରିବେ।

ବୈଜ୍ଞାନିକଙ୍କ କହିବାନୁଯାୟୀ ୟୁଜରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଶାରୀରିକ ଲକ୍ଷଣ ଭଳି ଦେଖାଯାଇପାରିବ। ଆମେରିକାର ପେନସ୍ଲିଭେନିୟା ଏବଂ ଷ୍ଟୋନୀ ବ୍ରୁକ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଅଟୋମେଟେଡ୍ ଡାଟା କଲେକସନ ଟେକନିକ ଜରୀଆରେ ୧୦୦୦ ରୋଗୀଙ୍କ ଫେସବୁକ୍ ହିଷ୍ଟ୍ରୀକୁ ଅଧ୍ୟୟନ କରିଛି। ଏଥିରେ ୟୁଜରଙ୍କର ସମସ୍ତ ଫେସବୁକ୍ ପୋଷ୍ଟକୁ ଅଧ୍ୟୟନ କରାଯାଇଥିଲା।

facebookବୈଜ୍ଞାନିକ ଏହି ରୋଗୀ ମାନଙ୍କ ଠାରୁ ସେମାନଙ୍କର ମେଡିକାଲ ରେକର୍ଡ ଡାଟା ଏବଂ ପ୍ରୋଫାଇଲକୁ ଲିଙ୍କ୍ କରିବା ପାଇଁ ଅନୁମତି ନେଇଥିଲେ। ଏହାପରେ ବୈଜ୍ଞାନିକମାନେ ବିଶ୍ଳେଷଣ ପାଇଁ ତିନିଟି ମଡେଲବନାଇ ଷ୍ଟଡି କଲେ। ଏଥିରେ ଏକ ମଡେଲରେ ୟୁଜରଙ୍କର ଫେସବୁକ୍ ପୋଷ୍ଟର ଭାଷାର ବିଶ୍ଳେଷଣ କରାଗଲା ଏବଂ ଦ୍ବିତୀୟ ମଡେଲରେ ବୟସ ଏବଂ ଲିଙ୍ଗର ବିଶ୍ଳେଷଣ କରାଗଲ ଏବଂ ତ୍ରୁତୀୟ ମଡେଲରେ ଏହି ଦୁଇ ମଡେଲକୁ ମିଶାଇ ବିଶ୍ଳେଷଣ କରାଗଲା।

ରିସର୍ଚ୍ଚର ମାନେ ଫେସବୁକ୍ ପୋଷ୍ଟ ଜରୀଆରେ ରୋଗୀଙ୍କର ଶାରୀରିକ ଲକ୍ଷଣକୁ ଯାଞ୍ଚ କରିଥିଲେ। ଏଥିପାଇଁ ୨୧ ଅଲଗା ଅଲଗା ପରିସ୍ଥିତିକୁ ଦେଖାଗଲା। ବୈଜ୍ଞାନିକ ମାନେ ୧୦ ପରିସ୍ଥିତିର ସଠିକ୍ ଭବିଷ୍ୟବାଣୀ କଲେ। ଏହି ଭବିଷ୍ୟବାଣୀ ରୋଗୀଙ୍କ ପୋଷ୍ଟର ଭାଷାର ଆଧାରରେ କରାଗଲା।

facebookଫେସବୁକରେ ଆମେ ଆମର ବ୍ୟକ୍ତିତ୍ବ ସମ୍ପର୍କରେ ସମସ୍ତ ଜିନିଷ ଦେଇଥାନ୍ତି। ଏହି ପୋଷ୍ଟ ଜରୀଆରେ ବ୍ୟକ୍ତିର ଭିତରେ କଣ ଚାଲୁଛି ଏହି କଥାର ସହଗରେ ସୂଚନା ମିଳିପାରିବ। ଆମେ କେମିତି ଅନୁଭବ କରୁଛନ୍ତି ଏବଂ ଆମର ଜୀବନଶୈଳୀ କେମିତି, ୟୁଜର ସମସ୍ତ ସୂଚନା ଫେସବୁକରେ ପୋଷ୍ଟ କରିଥାନ୍ତି। ଅନେକ ଥର ନିଜ ୟୁଜର ନିଜ ରୋଗ ବିଷୟରେ ମଧ୍ୟ ପୋଷ୍ଟ କରିଥାନ୍ତି।

ଏମିତିରେ ବୈଜ୍ଞାନିକମାନେ ୟୁଜରର ଫେସବୁକ୍ ଡାଟାର ବିଶ୍ଳେଷଣ ଦ୍ବାରା ତାଙ୍କର ରୋଗ ବିଷୟରେ ଭବିଷ୍ୟବାଣୀ କରାଯାଇଛି ଯାହା ଅବସାଦ ଏବଂ ଡାଇବେଟିଜ୍ ସମ୍ବଦ୍ଧିତ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.