ଖାଲି ପେଟରେ ସକାଳୁ ଚା’ ପିଉଛନ୍ତି କି? ହୋଇଯାଆନ୍ତୁ ସାବଧାନ୍ , ଭୋଗିବାକୁ ପଡିପାରେ ଏହି ସବୁ ସମସ୍ୟା

ଚା’ ବିଷୟରେ ଘରେ ଘରେ ସମସ୍ତେ ପରିଚିତ । ତା ବିନା ସକାଳ ଆରମ୍ଭ ହୋଇନଥାଏ କିମ୍ବା ସଞ୍ଜ ବୁଡିନଥାଏ । ଚା’ସହିତ ପାଟି ଟକରା କିଛି ପାଟିରେ ପଡିଗଲେ ତାର ମଜା କହିଲେ ନଚଳେ । ପ୍ରାୟତଃ ଲୋକେ ଚା’ପିଇବାକୁ ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିଦେଇଛନ୍ତି । ଗୋଟିଏ ଦିନ ଯଦି ଚା ପିଇବାକୁ ନମିଳେ ସେ ଦିନରେ ସେମାନଙ୍କୁ କିଛି ଭଲ ଲାଗିନଥାଏ । ତେବେ ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଚା’ପିଉଥିବା ଲୋକଙ୍କ ଭିତରେ ଆପଣ ସାମିଲ୍ ଅଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ୍ । ପରିଣାମ ହୋଇପାରେ ଅତି ଭୟଙ୍କର ।

Early-morningଆସନ୍ତୁ ଜାଣିବା ଖାଲି ପେଟରେ ଚା’ ପିଇବା ଦ୍ୱାରା କେଉଁ କେଉଁ ସମସ୍ୟା ଦେଖା ଯାଇଥାଏ

-ଖାଲି ପେଟରେ ଚା’ ପିଇବା ଦ୍ୱାରା ଖୁବ୍‌ ଶୀଘ୍ର କମ କାମ କରି ଲୋକମାନେ ଥକାପଣ ଅନୁଭବ କରିଥାନ୍ତି ।

-ଖାଲି ପେଟରେ ଚା’ ପିଇବା ଦ୍ୱାରା ଠିକ୍‌ ଭାବରେ ଭୋକ ନ ଲାଗିବା ସହ ଖାଦ୍ୟର ପୋଷଣ ଶରୀରକୁ ମିଳି ପାରି ନଥାଏ ।

-ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ହେବା ବା ଚିଡ଼ି ଚିଡ଼ି ହେବା ଖାଲି ପେଟରେ ଚା’ ପିଇବା ଦ୍ୱାରା ହୋଇଥାଏ ।

-ଖାଲି ପେଟରେ ଚା’ ପିଇଲେ ପେଟ ଫୁଲିବା ସମସ୍ୟା ଆରମ୍ଭ ହୋଇଥାଏ । ପେଟରେ ଗ୍ୟାସ୍‌ ଭରିଯିବା ହେତୁ ଏପରି ହୋଇଥାଏ । –

ଚା’ ପ୍ରସ୍ତୁତ କରିବା ପାଇଁ ସେଥିରେ ପଢ଼ୁଥିବା ଚିନି ଏବଂ ଚା’ ପତି ଶରୀରର ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇଥାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.