ସୁବର୍ଣ୍ଣପୁର: ଚାକିରିରୁ ଛଟେଇ ପରେ ପୁନଃ ନିଯୁକ୍ତି ନ ମିଳିବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୁବର୍ଣ୍ଣପୁର(କେନ୍ୟୁଜ୍): ଚାକିରିରୁ ଛଟେଇ ପରେ ପୁନଃ ନିଯୁକ୍ତି ନ ମିଳିବାରୁ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମାଣିକପୁର ଗାଁରେ। ଗୁରୁତର ଅବସ୍ଥାରେ ସଂପୃକ୍ତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ଗୁପ୍ତେଶ୍ୱର ହାତୀ। ସେ ହୋମଗାର୍ଡ ଭାବରେ କାମ କରୁଥିଲେ। ଅଭିଯୋଗ ହୋଇଛି, ୨୦୦୭ ମସିହାରେ ତାଙ୍କୁ କୌଣସି କାରଣରୁ ଚାକିରିରୁ ଛଟେଇ କରାଯାଇଥିଲା। ପରେ ପୁନଃ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲେ ପୋଲିସ ଡିଜି। ଏନେଇ ବାହାରିଥିବା ହୋମଗାର୍ଡ ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ବି ତାଙ୍କୁ ନିଯୁକ୍ତି ମିଳି ନଥିଲା। ଶେଷରେ ମାନସିକ ଭାରସାମ୍ୟ ହରାଇ ସେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.