Below header

ଡ୍ରଗ୍ସ କେସ୍‌ ପରେ ପ୍ରଥମ ଥର ମିଡିଆ ସାମ୍ନାକୁ ଆସିଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ, ଆଇପିଏଲ ନିଲାମୀରେ ସୁହାନାଙ୍କ ସହିତ ଆସିଲେ ନଜର

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ପାଇଁ ୨୦୨୧ ବର୍ଷ ବହୁତ ଖରାପ ରହିଥିଲା। ଡ୍ରଗ୍ସ କେସରେ ଫସି ଆର୍ଯ୍ୟନ ଜେଲ୍‌ ଯାଇଥିଲେ। ଦୀର୍ଘ ମାସେ କାଳ ପୁଅ ପାଇଁ ଆଇନଗତ ଲଢେଇ ଜିତି ଶାହରୁଖ ପୁଅକୁ ଜେଲରୁ ଜାମିନ ଆଣିଥିଲେ। ପରେ ଆର୍ଯ୍ୟନଙ୍କୁ ଦେଶ ଛାଡି ନ ଯିବା, ପ୍ରତି ଶୁକ୍ରବାର ଥାନାରେ ହାଜିରା ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନେକ ଦିନ ପର୍ଯ୍ୟନ୍ତ ମିଡିଆ ଏବଂ ଲାଇମଲାଇଟରୁ ଦୂରେଇ ଥିବା ଆର୍ଯ୍ୟନଙ୍କୁ ଏବେ ଆର୍ଯ୍ୟନଙ୍କୁ ମିଡିଆ ସାମ୍ନାରେ ଦେଖିବାକୁ ପଡିଛି।

ଆଇପିଏଲ୍ ମେଗା ଅକ୍ସନ୍ ୨୦୨୨ ପୂର୍ବରୁ ଶୁକ୍ରବାର ଦିନ ପ୍ରି-ଆଇପିଏଲ୍ ନିଲାମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମୟରେ କୋଲକାତା ନାଇଟ୍ ରାଇର୍ଡସ୍ ତରଫରୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଓ ଝିଅ ସୁହାନା ଖାନଙ୍କୁ ସ୍ପଟ୍ କରାଯାଇଥିଲା । ସୋସିଆଲ୍ ମିଡିଆରେ ଏବେ ଦୁହିଁଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି । ଫଟୋରେ ଆର୍ଯ୍ୟନ୍ ଓ ସୁହାନା ଉଭୟ ଟିମ୍ ସଦସ୍ୟଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା ।

ସୁହାନା ପ୍ରଥମ ଥର ପାଇଁ ଆଇପିଏଲ୍ ଅକ୍ସନ୍ ଚେୟାର ନଜର ଆସିଥିଲେ । କିନ୍ତୁ ଆର୍ଯ୍ୟନ୍ ଗତଥର ବି ଅକ୍ସନରେ ଯୋଗ ଦେଇଥିଲେ । ଗତ ବର୍ଷ ତାଙ୍କୁ ଜୁହି ଚାୱଲାଙ୍କ ଝିଅ ଜାହ୍ନବୀ ମେହତାଙ୍କ ସହିତ ଦେଖିବାକୁ ମିଳିଥିଲା। ଏବେ ଆର୍ଯ୍ୟନଙ୍କୁ ଆଇପିଏଲ ନିଲାମରେ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.