ପୌର ଓ ପଂଚାୟତ ନିର୍ବାଚନ ନେଇ ଭର୍ଚୁଆଲରେ ସବୁ ଜିଲ୍ଲାପାଳଙ୍କ ସହ ବୈଠକ, ଜାରି ହେଲା ନୂଆ ସର୍କୁଲାର

ଭୁବନେଶ୍ବର(କେନ୍ଯୁଜ୍): ଆଜି ଜିଲ୍ଲାପାଳ ମାନଙ୍କ ସହ ଭର୍ଚୁଆଲରେ ହୋଇଛି ବୈଠକ। ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନ ନେଇ କରାଯାଇଛି ଆଲୋଚନା । ପଂଚାୟତ ନିର୍ବାଚନ ନେଇ ଜାରି ହୋଇଛି ନୂଆ ସର୍କୁଲାର । ଭୋଟ ପ୍ରଚାର ସରିବା ପରେ ଭୋଟ ହେଉଥିବା ଅଂଚଳରେ ଅନ୍ୟ ଅଂଚଳର ଲୋକ କିମ୍ବା କୌଣସି ଦଳର ନେତା ରହିପାରିବେ ନାହିଁ ।

election

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ୧୪ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ସମସ୍ତ ବାହାର ଅଂଚଳର ଲୋକ ନିର୍ବାଚନ ହେଉଥିବା ଅଂଚଳ ଛାଡିବା ପାଇଁ ନିର୍ଦ୍ଦେଶ ରହିଛି। ପ୍ରଥମ ପର୍ଯ୍ୟାୟ ୩୦ ଜିଲ୍ଲାର ୭୧ଟି ବ୍ଲକରେ ୨୦୦ ଜିଲ୍ଲା ପରିଷଦ, ୧୬୬୯ ସରପଞ୍ଚ, ୧୬୬୯ ସମିତି ସଭ୍ୟ ,୨୨ ହଜାର ୩୭୯ ୱାର୍ଡମେମ୍ବର ପାଇଁ ହେବ ଭୋଟ ଗ୍ରହଣ । ୬୭ ଲକ୍ଷ ୫୧ ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.