Below header

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଭାରତକୁ ୨୪୪ରନରେ ଅଲଆଉଟ କଲା ଅଷ୍ଟ୍ରେଲିଆ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟର ତୃତୀୟ ଦିନ ଲଞ୍ଚ୍ ସୁଦ୍ଧା ଭାରତ ସବୁ ଓ୍ୱିକେଟ୍ ହରାଇ ୨୪୪ ରନ୍ କରିଛି ।

୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୪୫ ଓଭରରେ ୨ ଓ୍ୱିକେଟ୍ ହରାଇ ୯୬ରନ୍ କରିଥିଲା । ଭାରତ ପକ୍ଷରୁ ଶୁଭମନ୍ ଗିଲ୍ ସର୍ବାଧିକ ୫୦ରନ୍ ଏବଂ ରବିନ୍ଦ୍ର ଜାଡେଜା ୨୮ ରନ୍ କରିଥିଲେ। ସେହିପରି ରୋହିତ ଶର୍ମା ୨୬ ରନ୍ କରିପାଭିଲିୟନ ଫେରିଥିଲେ । ତେବେ ତୃତୀୟ ଦିନ ଆରମ୍ଭରୁ ଦଳ ଆଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀଙ୍କ ଓ୍ୱିକେଟ୍ ହରାଇଥିଲା । ରାହାଣେ ୨୨ ଓ ହନୁମା ୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

ଭାରତ ଏବେ ସବୁ ୱିକେଟ ହରାଇ ୨୪୪ ରନ୍ କରି ଅଷ୍ଟ୍ରେଲିଆ ଠାରୁ ୯୪ ରନ୍ ପଛୁଆ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କ୍ୟୁମିନ୍ସ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଜୋସ ହଜଲଉଡ୍ ୨ ଓ୍ୱିକେଟ୍, ଷ୍ଟାର୍କଙ୍କୁ ଗୋଟିଏ ସଫଳତା ମିଳିଛି। ଭାରତର ୩ ଜଣ ଖେଳାଳି ରନ୍ ଆଉଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.