ଶିମିଳିପାଳ ଅଭୟାରଣ୍ୟରେ ବୁଲୁଛି ବିରଳ ରୟାଲ୍ ବେଙ୍ଗଲ୍ ଟାଇଗର! ଭାଇରାଲ୍ ହେଉଛି ଭିଡିଓ

କରଞ୍ଜିଆ :  ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଦେଶ ବିଦେଶରେ ବନ୍ୟଜନ୍ତୁ ଓ ଜଳପ୍ରପାତ ପାଇଁ ବେଶ ସୁନାମ ରହିଛି । ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯିବାକୁ ଏବେ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯାଉଛି ।

ତେବେ କିଛି ଦିନ ହେବ ଜଶିପୁର ଅଞ୍ଚଳରେ ଭାଇରାଲ୍ ହେବାରେ ଲାଗିଛି ଏକ ଭିଡିଓ । ଯେଉଁଥିରେ ଏକ ବାଘ ଜଙ୍ଗଲରେ ବୁଲୁଥିବାର ଦେଖିବାର ମିଳିଛି । ଭାଇରାଲ ହେଉଥିବା ବାଘଟି ବିରଳ ରୟାଲ୍ ବେଙ୍ଗଲ୍ ଟାଇଗର। କିନ୍ତୁ ଭିଡିଓଟି କେବେକାର  ଆଉ କିଏ ଏହି ଭିଡିଓ ଉଠେଇଛନ୍ତି ଏନେଇ କୌଣସି ତଥ୍ଯ ଜଣାପଡିନାହିଁ । ତେବେ ଯାହା ଶୁଣିବାକୁ ମିଳୁଛି, ଏହା ହେଉଛି ଶିମିଳିପାଳ ଅଞ୍ଚଳର ବୋଲି। ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.