ଚୁଟି ବଢୁନାହିଁ କି ? ଲଗାନ୍ତୁ ପାଳଙ୍ଗ ହେୟାର ପ୍ଯାକ୍, ଦେଖନ୍ତୁ ଚମତ୍କାର
କେଶ ବଢିବା ସବୁଠାରୁ ଧିର ପ୍ରକ୍ରିୟା। ଦୁଇ ଇଞ୍ଚ କେଶ ବଢିବା ପାଇଁ ୩ ମାସ ଲାଗିଯାଏ। ତେଣୁ କେଶ ବଢାଇବା ପାଇଁ ଲୋକ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି ଯେଉଁଥିରେ ପ୍ରତିଦିନ କେଶରେ ତେଲ ଲଗାଇବା ଠାରୁ ଆରମ୍ଭ କରି ହେୟାର ପ୍ଯାକ୍ ସବୁକିଛି ସାମିଲ ରହିଛି।
ଅଧିକାଂଶ ଯୁବତୀଙ୍କର ଇଚ୍ଛା ରହିଥାଏ କି, ସେମାନଙ୍କ କେଶ ଲମ୍ବା ଏବଂ ଘନ ହେଉ। କିନ୍ତୁ ଲମ୍ବା କେଶ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇଲେ ସୁଦ୍ଧା ସେମିତି କିଛି ଫଳ ମିଳିନଥାଏ। ପାର୍ଲର ଯାଇ ବିଭିନ୍ନ ମହଙ୍ଗା ପ୍ରସାଧନ ସାମଗ୍ରୀ ଲଗାଇବା ସହିତ ପ୍ରୋଟିନ ସ୍ପା ମଧ୍ୟ ନିଅନ୍ତି। ଏହା ସତ୍ତ୍ବେ ମଧ୍ୟ ନିରାଶ ହେବାକୁ ପଡିଥାଏ। କିନ୍ତୁ ଆପଣ ଏହି ଘରୋଇ ଏବଂ ସହଜ ଉପାୟ ଆପଣାଇ ସୁନ୍ଦର କେଶ ପାଇପାରିବେ।
ପାଳଙ୍ଗ ଶାଗ ବ୍ଯବହାର କରି କେଶକୁ ବଢାଇବା ସମ୍ଭବ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ରହିଥାଏ। ଏଥିରେ ଥିବା ଆବଶ୍ଯକ ପୋଷକ ତତ୍ତ୍ବ କେଶର ବିକାଶ କରିଥାଏ। ଏଥିପାଇଁ ପାଳଙ୍ଗକୁ ଡାଏଟରେ ସାମିଲ କରିପାରିବେ କିମ୍ବା ହେୟାର ପ୍ଯାକ୍ କରି ଲଗାଇପାରିବେ। ତେବେ ଆସନ୍ତୁ ଜାଣିବା କେମିତି କରିବେ ହେୟାର ପ୍ଯାକ୍..
ଏକ କପ୍ ପାଳଙ୍ଗ ପତ୍ର ପେଷ୍ଟ, ଏକ ବଡ ଚାମଚ ମହୁ, ଏକ ବଡ ଚାମଚ ଅଲିଭ ତେଲ କିମ୍ବା ନଡିଆ ତେଲ ମିଶାଇ ପ୍ଯାକ୍ ପ୍ରସ୍ତୁତ କରିଦିଅନ୍ତୁ। ଏହାକୁ ଭଲ ଭାବେ ମିଶାଇ କେଶ ମୂଳରେ ଏବଂ କେଶ ଉପରେ ଭଲଭାବେ ଲଗାଇ ଦିଅନ୍ତୁ। ଏହାକୁ ୩୦ ମିନିଟ ରଖିବା ପରେ ଧୋଇଦିଅନ୍ତୁ। ଏହାକୁ ସପ୍ତାହକୁ ୨ ଥର କରନ୍ତୁ। ତା’ ପରେ କେଶରେ କମାଲ ଦେଖିପାରିବେ।