ଗାଧୋଉ ଗାଧୋଉ ଫେଣ ଭର୍ତ୍ତି ବାଥ ଟବରେ ଶୋଇ ପଡିଲେ ଯୁବକ, ତା ପରେ ଜାଣନ୍ତୁ କଣ ହେଲା

ଗାଡି ଚଳାଇବା ବେଳେ ନିଦ ଲାଗିବା କଥା ଜାଣିଥିବେ ଅନେକ ଥର ନିଜେ ଦେଖିବି ଥିବେ । କିନ୍ତୁ ଗାଧୋଇବା ସମୟରେ ଯେ ଜଣେ ଶୋଇପଡିବ ଏ କଥା ହୁଏତ ଆପଣ କେବେ ବି ଚିନ୍ତା ନଥିବେ । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଟିକୁ ଦେଖିଲେ ଆପଣଙ୍କ ଚିନ୍ତାଧାରାରେ ନିଶ୍ଚିନ୍ତ ରୂପେ ପରିବର୍ତ୍ତନ ଆସିବ । ଭିଡିଓଟିକୁ ଭଲ ରୂପେ ଦେଖିଲେ ଆପଣ ଜାଣି ପାରିବେ ଜଣେ ବ୍ୟକ୍ତି ଏକ ଫେଣ ଭର୍ତ୍ତି ବାଥ ଟବରେ ବୁଡି ରହିଛନ୍ତି ଆଉ ତାଙ୍କୁ ନିଦ ବି ଲାଗିଯାଇଛି । କିଛି ସମୟ ପାଇଁ ସେଠି ଶୋଇ ବି ପଡିଛନ୍ତି । ଆଉ ବାଥ ଟବର ଚାରି ପଟେ କେବଳ ଫେଣ ହିଁ ଫେଣ ଭରି ରହିଛି । ଏହି ସମୟରେ ହଠାତ ଜଣେ ମହିଳା (କ୍ୟାମେରାରେ ଦେଖାଯାଉ ନାହାନ୍ତି) ଆସି କହୁଛନ୍ତି, ତମେ ଠିକ ଅଛ ତ ? ଏହି ଶବ୍ଦ ଶୁଣି ବ୍ୟକ୍ତି ଜଣଙ୍କର ନିଦ ଭାଙ୍ଗି ଯାଉଛି । ଆଉ ମହିଳା ଜଣଙ୍କ ପ୍ରଶ୍ନର ଜବାବ ଦେଇ ସ୍ୱୀକାର କରିଛନ୍ତି, ହଁ ମୁଁ ଶୋଇପଡ଼ିଥିଲି | କେମିତି କେଜାଣି ମୋ ଆଖି ଲାଗି ଯାଇଥିଲା ।

ଆଉ ଯେତେବେଳେ ମହିଳା ଜଣଙ୍କ ତାଙ୍କୁ ଚେତାଇ ଦେଉଛନ୍ତି କି, ଏମିତି ଅବସ୍ଥାରେ ହୁଏତ ତମ ଜୀବନ ଚାଲି ଯାଇଥାନ୍ତା । ବ୍ୟକ୍ତି ଜଣଙ୍କର ଯେମିତି ଚେତା ପଶୁଛି ଆଉ ସେ ନିଜ ହାତକୁ କସି ଧରୁଛନ୍ତି । ଆଉ ତଳକୁ ମୁଣ୍ଡ ପୋତି ଆଶ୍ଚର୍ଯ୍ୟ ମିଶା ଧୀର ସ୍ୱରରେ କହୁଛନ୍ତି । “ମୁଁ କଣ ତାହେଲେ ଫେଣ ଭିତରେ ଥାଇ ନିଶ୍ୱାସ ନେଉଥିଲି ।”

ଭିଡିଓଟିକୁ ଜଣେ ଟିକଟକ ୟୁଜର ସୋସିଆଲ ମିଡ଼ିଆରେ ସେୟାର କରିଥିବା ବେଳେ କ୍ୟାପ୍ସନରେ ଲେଖିଛନ୍ତି, ” ଓ…..ଆମ ଡାଡ ତାହେଲେ ବାଥ ଟବ ଭିତରେ ଶୋଇ ପଡିଛନ୍ତି” । କହିରଖିବା ଉଚିତ ହେବକି ଏହି ଭିଡିଓଟି ଖୁବ ଦ୍ରୁତ ଗତିରେ ଭାଇରାଲ ହୋଇଥିବା ବେଳେ ଏଯାବତ ୩ ମିଲିୟନରୁ ଅଧିକ ଜଣ ଦେଖିସାରିଲେଣି ।

Leave A Reply

Your email address will not be published.