Below header

ଗାଈ କୁଟା ଖାଇବାକୁ ନେଇ ବଚସା, ପ୍ରଚଣ୍ଡ ରାଗରେ କୁଟା ଓ ଧାନ ଗଦାରେ ନିଆଁ ଲଗାଇ ଦେଲେ ଗାଈ ମାଲିକ

ଚୌଦ୍ବାର: ଟାଙ୍ଗୀ ଥାନା ଅନ୍ତର୍ଗତ ଗରୁଡ଼ଗାଁ ଗ୍ରାମପଂଚାୟତର ବରପଦା ଗ୍ରାମରେ ସାମାନ୍ୟ ବଚସାକୁ ନେଇ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଗ୍ରାମର ବାସୁଦେବ ଖିଲାରଙ୍କ ଧାନଖଳାରେ ଏକ ଗାଇ ପାଳ,କୁଟା ଖାଉଥିବାରୁ ବାସୁଦେବଙ୍କ ପତ୍ନୀ ସବିତା ଖିଲାର ଗାଈକୁ ବାଡ଼େଇଥିଲେ । ଏହାପରେ ଗାଈ ମାଲିକଙ୍କ ସହିତ ପ୍ରଥମେ ବଚସା ହୋଇଥିଲା। ଏଥିରେ କ୍ରୋଧାନ୍ୱିତ ହୋଇ ଗାଈ ମାଲିକ ଶ୍ରୀମତୀ ଖିଲାରଙ୍କ ଧାନ କଚଡ଼ା ଗଦା ହୋଇଥିବା କୁଟାଗଦାରେ ନିଆଁ ଲଗେଇ ଦେବାରୁ ସବୁ କିଛି ପୋଡ଼ି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏ ସଂକ୍ରାନ୍ତରେ ଶ୍ରୀମତୀ ଖିଲାର ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ ପାଳଗଦା , ଧାନ କଚଡାଗଦା ପୋଡି ଯିବା ସହିତ ଖିଲାରଙ୍କ ଗଦାରେ ଅମଳ ହେବାକୁ ଥିବା ୧୦ବସ୍ତାରୁ ଉର୍ଦ୍ଧ୍ବ ଧାନ ବସ୍ତା ପୋଡି ଯାଇଛି । ନିଆଁ ଦେଖି ଗ୍ରାମବାସୀ ମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ଅସମର୍ଥ ହୋଇଥିଲେ ।

ଏହାପରେ ଚୌଦ୍ୱାର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚିଂ ନିଆଁକୁ ଆୟତ କରିଥିଲେ । ହେଲେ କଚଡା ଗଦାରୁ ବହୁ ଧାନ ପୋଡିଯିବା ସହ ନିକଟସ୍ଥ କଚାଂ ଗଛ ଗୁଡିକ ମଧ୍ୟ ପୋଡିଯାଇଥିଲା । ଥାନାରେ ଏତଲା ହେବାପରେ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଁଚିଂ ତଦନ୍ତ ଚଳାଇଛି । ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ସହିତ ନ୍ୟାୟ ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.