ଡିନାମାଇଟ୍‌ ଲଗାଇ ଯାଜପୁରର କେଲୁଅ ସେତୁ ବିସ୍ଫୋରଣ ଘଟଣାର ତଦନ୍ତ କରିବ ଭିଜିଲାନ୍ସ : ୨ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଯାଜପୁର: ଡିନାମାଇଟ୍‌ ଲଗାଇ ଯାଜପୁର ଜିଲ୍ଳା କେଲୁଅ ସେତୁ ବିସ୍ଫୋରଣ ଘଟଣାର ତଦନ୍ତ କରିବ ଭିଜିଲାନ୍ସ । ୨ ମାସରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଭିଜିଲାନ୍ସର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହାର ତଦନ୍ତ କରି ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବେ ।

ଲୋକାଯୁକ୍ତଙ୍କ ନିର୍ଦେଶ ପରେ ନଦୀବନ୍ଧକୁ ମନୁଷ୍ୟକୃତ ଭାବେ ନଷ୍ଟ ନା ବନ୍ୟା ଜଳରେ ନଷ୍ଟ ହୋଇଛି ତାହା ଉପରୁ ପରଦା ଉଠିବ ବୋଲି କୁହାଯାଉଛି । ଯାଜପୁର ଧର୍ମଶାଳା କେଲୁଅ ସେତୁକୁ ଡିନାମାଇଟ୍‌ ଲଗାଇ ଉଡାଇଦେଇଥିବା ଅଭିଯୋଗ ହୋଇଥିଲା । ଫଳରେ ୩ଶହ ଫୁଟର ଘାଇ ହେବା ସହ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିଲା ।

Leave A Reply

Your email address will not be published.