ଜୟପୁରରେ ଭାଙ୍ଗିଲା ମୁଖ୍ୟ କେନାଲ: ଦ୍ରୁତ ଗତିରେ ମାଡି ଚାଲିଛି ପାଣି, ଏକର ଏକର ଚାଷଜମି ଜଳମଗ୍ନ
ଜୟପୁର: ଜୟପୁରରେ ଭାଙ୍ଗିଲା ମୁଖ୍ୟ କେନାଲ। ଦ୍ରୁତ ଗତିରେ ମାଡି ଚାଲିଛି କେନାଲ ପାଣି । ଏକର ଏକର ଚାଷଜମିରେ ପାଣି ଜମିଛି । ଘଟଣାସ୍ଥଳରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପହଁଚି ଲୋକଙ୍କ ସହ ଆଲୋଚନା କରିଛନ୍ତି ।
ସଦର ପୋଲିସ ଘଟଣାସ୍ଥଳରେ ପହଁଚି ସ୍ଥିତି ଉପରେ ନଜର ରଖିଥିଲେ । ଦୀର୍ଘ ସମୟ ପରେ ବିଭାଗୀୟ ଅଧିକାରୀ ପହଁଚିବେଳକୁ ପାଣିର ସୁଅ ଟିକେ କମିଯାଇଥିଲା । ଆଜି କେନାଲ ଡିଭିଜନ ଏସଡିଓ ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି କହିଛନ୍ତି ।