Below header

ଟୋକିଓ ପାରା ଅଲିମ୍ପିକ୍ସ: ମହିଳା ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ଷ୍ଟାଣ୍ଡିଙ୍ଗ SH1ରେ ଅବନୀ ଲଖେରାଙ୍କୁ ଗୋଲ୍ଡ

ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ । ମହିଳା ୧୦ ମିଟର୍‌ ଏୟାର୍‌ ରାଇଫଲ୍‌ ଷ୍ଟାଣ୍ଡିଙ୍ଗ SH1ରେ ଭାରତକୁ ଗୋଲ୍ଡ ଦେଇଛନ୍ତି ଅବନୀ ଲଖେରା । ଫାଇନାଲରେ ମୋଟ୍‌ ୨୪୯.୬ ପଏଣ୍ଟ ସହ ଅବନୀ ଏହି କୀର୍ତ୍ତିମାନ କଚିଛନ୍ତି । ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଏହା ଭାରତର ପ୍ରଥମ ପଦକ ।

ସେହିଭଳି ଡିସକସ ଥ୍ରୋ ଏଫ୫୬ ବର୍ଗରେ ଦେଶକୁ ରୌପ୍ୟ ଭେଟି ଦେଇଛନ୍ତି ଯୋଗେଶ କାଥୁନିୟା । ଯୋଗେଶଙ୍କ ଏହି ସଫଳତା ପରେ ଜନ୍ମମାଟି ହରିଆଣାର ବାହାଦୁରଗଡରେ ଏବେ ଉତ୍ସବର ମାହୋଲ ନାଚି ଗାଇ ଖୁସି ମନାଇଛନ୍ତି ପରିବାର ବର୍ଗ ।

ସେପଟେ ଅବନୀ ଏବଂ ଯୋଗେଶଙ୍କ ଏହି ସଫଳତା ପରେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏହା ସ୍ୱତନ୍ତ୍ର ମୁହୁର୍ତ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପାରା ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଛି । ଯାହା ଭିତରେ ରହିଛି ଗୋଟିଏ ସ୍ୱର୍ଣ୍ଣ , ୩ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.