ବ୍ରହ୍ମପୁର ହଳଦିଆପଦର ଲେବଲ କ୍ରସିଂ ନିକଟରେ ଅଘଟଣ: ଟ୍ରେନ୍‌ ଧକ୍କାରେ ୩ ମୃତ

ବ୍ରହ୍ମପୁର (କେନ୍ଯୁଜ୍): ଲେବଲ କ୍ରସିଂ ପାର ବେଳେ ଅଘଟଣ। ଟ୍ରେନ୍‌ ଧକ୍କାରେ ୩ ମୃତ। ବ୍ରହ୍ମପୁର ହଳଦିଆପଦର ଲେବଲ କ୍ରସିଂ ନିକଟରେ ଟ୍ରେନ୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ। ରେଳ ଲାଇନ୍‌ ପାର୍‌ ହେଉଥିବାବେଳେ ବିଶାଖା-ଟାଟାନଗର ଏକ୍ସପ୍ରେସ୍‌ ଧକ୍କା ଦେଇଥିବା ଅନୁମାନ କରାଯାଉଛି।

ରାତି ପ୍ରାୟ ୧୧ଟାରୁ ୧୨ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ କରୁଛି। ମୃତକମାନେ ଶ୍ରମିକ ଶ୍ରେଣୀର ହୋଇଥିବା ଅନୁମାନ କରାଯାଉଛି। ୩ ଜମଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର MKCG ମେଡିକାଲକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.