Below header

IPL 2021କୁ ନେଇ ବିସିସିଆଇ କଲା ବଡ ଘୋଷଣା, ଦୁବାଇରେ ଖେଳାଯିବ ଅବଶିଷ୍ଟ ୩୧ଟି ମ୍ଯାଚ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍ର ମ୍ୟାଚ୍ । ୟୁଏଇରେ ଖେଳାଯିବ ବାକିଥିବା ଆଇପିଏଲ୍ ମ୍ୟାଚ୍ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି। ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍ ଆରମ୍ଭ ହେବ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖୁବଶୀଘ୍ର ଏନେଇ ତାରିଖ ଘୋଷଣା ହେବ ।

ସୂଚନାଯୋଗ୍ୟ, ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୧ର ବଳକା ମ୍ୟାଚ୍ ସେପ୍ଟେମ୍ବର ତୃତୀୟ ସପ୍ତାହରେ ୟୁଏଇରେ ଖେଳା ଯାଇପାରେ ବୋଲି ରିପୋର୍ଟ ଆସିଥିଲା। ରିପୋର୍ଟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ବାକି ସମସ୍ତ ୩୧ ମ୍ୟାଚ୍ ତିନି ସପ୍ତାହ ଭିତରେ ଖେଳାଯିବ। ଏଥିରେ ୧୦ ଦିନ ଦୁଇଟି ଲେଖାଏଁ ମୁକାବିଲା ଖେଳାଯିବ। ଏବେ ବିସିସିଆଇ ମଧ୍ୟ ୟୁଏଇରେ ବଳକା ମ୍ୟାଚ୍ ଖେଳାଯିବ ବୋଲି ସ୍ପଷ୍ଟ କରିଛି । ତେବେ କେବେଠାରୁ ଏହା ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ଲିଗ୍ ସେପ୍ଟେମ୍ବର ୧୮ରୁ ୨୦ ତାରିଖ ମଧ୍ୟରେ ଆରମ୍ଭ ହୋଇପାରେ ବୋଲି ସୂଚନା ରହିଛି। ସେପ୍ଟେମ୍ବର ୧୮ ଶନିବାର ଏବଂ ୧୯ ରବିବାର ପଡୁଛି। ଅର୍ଥାତ ବୋର୍ଡ ଲିଗ୍କୁ ଏହି ତାରିଖରୁ ଆରମ୍ଭ କରିପାରେ। ଏହିପରି ଫାଇନାଲ ମୁକାବିଲା ଅକ୍ଟୋବର ୯ ତାରିଖ କିମ୍ବା ୧୦ ତାରିଖରେ ଖେଳାଯାଇପାରେ। ଅନେକ ଖେଳାଳି କୋଭିଡ୍ ସଂକ୍ରମିତ ହେବା ପରେ ଆଇପିଏଲ ୨୦୨୧ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.