ଭାରତୀୟଙ୍କ ପାଇଁ ପାକିସ୍ତାନରେ ଚାଲିଛି ପୂଜାପାଠ ଓ ପ୍ରାର୍ଥନା

ଇସଲାମାବାଦ : କରୋନାର ପ୍ରକୋପ ଭାରତ ଭଳି ପାକିସ୍ତାନରେ ମଧ୍ୟ ଲାଗି ରହିଛି । ଏପର୍ଯ୍ୟନ୍ତ ପ୍ରାୟ ୯ ଲକ୍ଷରୁ ଅଧିକ କରୋନା ମାମଲା ସେଠାରେ ରେକର୍ଡ କରାଯାଇଛି । ଅନେକ ପାକିସ୍ତାନୀ ଭାରତରେ ରହୁଥିବା ତାଙ୍କର ବହୁ ସମ୍ପର୍କୀୟଙ୍କୁ ହରାଇ ସାରିଛନ୍ତି । ସୀମା ବନ୍ଦ କାରଣରୁ କେବଳ ଫୋନ ମାଧ୍ୟମରେ ନିଜ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝାସୁଝା କରି ପାରୁଛନ୍ତି । ନିଜେ କିଛି କରିବା ସମ୍ଭବ ହେଉନଥିବାରୁ ପାକିସ୍ତାନରେ ରହିଥିଲେ ମଧ୍ୟ ସେମାନ ରୋଗରେ ଆକ୍ରାନ୍ତ ଭାରତୀୟଙ୍କ ପାଇଁ ପୂଜା ପାଠ କରୁଛନ୍ତି । ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ଏହି ଖବର ଜଣାପଡ଼ିବା ପରେ ଯାହାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି । ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଘଟଣା ବୋଲି ଅନେକ ଗଣମାଧ୍ୟମରେ କୁହାଯାଇଛି । ସେଇଥିପାଇଁ ତ କୁହାଯାଇଛି ମାନବିକତାର କୌଣସି ଜାତି ବା ଧର୍ମ ନାହିଁ । ହୁଏତ ଦୁଇ ଦେଶ ମଧ୍ୟରେ ରାଜନୈତିକ ଶତ୍ରୁତା ଥାଇ ପାରେ କିନ୍ତୁ ମାନବିକତା ଆଗରେ ଏସବୁ ହାର ମାନିଛି ।

Leave A Reply

Your email address will not be published.