ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କକ ଫଟୋ ଚିତ୍ର ଭାଇରାଲ୍

ପୁରୀ: ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋ ଚିତ୍ର ପୁଣି ଫେସବୁକରେ ଭାଇରାଲ ଅଭିଯୋଗ। ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ବ୍ୟାନ ଥିବାବେଳେ କିଭଳି ରତ୍ନସିଂହାସନରେ ବିରାଜିତ ଫଟୋ ଭାଇରାଲ ହୋଇଛି ତାହା ଏବେ ବଡ ପ୍ରଶ୍ନ।

ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ଅରଜିତ ଚନ୍ଦ୍ରା ଏହାକୁ ଭାଇରାଲ କରିଛନ୍ତି । ସେଥିରେ ଜଣେ ବରିଷ୍ଠ ସେବାୟତଙ୍କୁ ଟ୍ୟାଗ କରିଛନ୍ତି।  ଏହା ଶ୍ରୀମନ୍ଦିରର ରତ୍ନସିଂହାସନର ଫଟୋଚିତ୍ର ନା ଏଡିଟେଡ ଫଟୋଚିତ୍ର ନା ଅନ୍ୟକେଉଁ ଶ୍ରୀଜଗନ୍ନାଥ ମନ୍ଦିରର ଫଟୋଚିତ୍ର। ଏହାକୁ ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ କରିବା ଆବଶ୍ୟକ । ଏହା କେଉଁ ସ୍ଥାନର ଏବଂ ଯଦି ଏହା ଶ୍ରୀମନ୍ଦିର ରତ୍ନସିଂହାସନର ତାହା ହେଲେ ଏହା କେତେ ବର୍ଷ ତଳର ନା ଅତି ନିକଟର ଏହା ମଧ୍ଯ ତଦନ୍ତ ସାପେକ୍ଷ। ସେପଟେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଫଟୋର ସତ୍ୟାସତ୍ୟକୁ ଯାଞ୍ଚ କରାଯାଉଛି। ଯଦି ଏହି ଫଟୋରେ ସତ୍ୟ ଥିବ ତାହା ହେଲେ ଆଇନ ଅନୁଯାୟୀ କାର୍ଯ୍ଯନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ନୀତି ପ୍ରଶାସକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.