ସ୍କୁଲ ପିଲାମାନେ ସ୍ଵିମିଙ୍ଗ ପୁଲରେ ନେଉଥିଲେ ଛୁଟିର ମଜା, ହଠାତ ଧସେଇ ପଶିଲେ କିଛି ଭାଲୁ, ତା ପରେ କଣ ହେଲା ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

ଡହ ଡହ ଖରାରେ ଯଦି ଟିକେ ଥଣ୍ଡା ପାଣିର ମଜା ମିଳିଯାଏ ତ କଥା ସରିଲା । ଆଉ ଯଦି ସ୍ଵିମିଙ୍ଗ ପୁଲ କଥା ଉଠେ ତାହେଲେ ତ କଥା ସରିଲା । ଆଉ ଏହି ସମୟରେ ଯଦି ସାଥିରେ ଚାରି ଜଣ ସାଙ୍ଗ ଥାନ୍ତି ତେବେ ଆଉ କଣ ଦରକାର । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଏହାର ମଜା ନେବା ପାଇଁ ଟିକେ ବି ପଛାନ୍ତି ନାହିଁ ଲୋକେ । ମଣିଷ ମାନେ ଯେମିତି ଏହି ସବୁ ଖୋଜନ୍ତି ଠିକ ସେମିତି ପଶୁ ମାନଙ୍କର ବି ଏସବୁ ଲୋଡ଼ା ହୁଏ । ସେମାନେ ବି ତାଙ୍କ ଅବସର ସମୟରେ କିଛିଟା ମଜାମସ୍ତି କରିବାକୁ ଚାହାନ୍ତି । ନିକଟରେ ସୁଦୂର ଆମେରିକାରେ ଠିକ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠିକାର ଏକ ସ୍କୁଲର କିଛି ପିଲା ଏକ ସ୍ବିମିଙ୍ଗ ପୁଲରେ ପାର୍ଟି କରୁଥିଲେ |  ଏହି ସମୟରେ କିଛି ଭାଲୁ ସେହି ସ୍ଥାନକୁ ଚାଲିଆସିଲେ । ଗୋଟିଏ କି ଦୁଇଟି ନୁହେଁ ଏକା ସାଥିରେ ଆସିଥିଲେ ୭ ଟି ଭାଲୁ । ପିଲାଙ୍କ ଦେଖାଦେଖି ଭାଲୁ ମାନେ ବି ସେଠି ମସ୍ତି କରିବାକୁ ଲାଗିଲେ ।

ଖବରରୁ ଜଣାଯାଇଛିକି, ଏହି ପିଲା ମାନେ ଜାଫରସନ କଣ୍ଟି ହାଇ ସ୍କୁଲରେ ପଢ଼ନ୍ତି । ଗଟଲିନବର୍ଗ ଠାରେ ଏହି ସ୍କୁଲଟି ଅଛି । ସ୍କୁଲରେ ପଢ଼ୁଥିବା କିଛି ପିଲା ଛୁଟି ବନେଇବାକୁ ଏହି ପୁଲକୁ ଆସିଥିଲେ । ସେମାନେ ମଜା କରିବେ କଣ ସେମାନଙ୍କ ସ୍ଥାନକୁ ଦଖଲ କରିନେଲେ କିଛି ଭାଲୁ । ଏମିତି ଏକ ମଜାଦାର ସମୟରେ ମିଶେଲ ଜନଶନ ନାମକ ଜଣେ ମହିଳା ଏହି ଦୃଶ୍ୟକୁ ଭିଡିଓରେ କଏଦ କରିଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.