Below header

ସୋରଣ ଗୁଳିକାଣ୍ଡ ଘଟଣାର ୨୨ ତମ ସହିଦ ଦିବସ ପାଳିତ

ସେଦିନର ଘଟଣାକୁ ଭୁଲି ପାରିନାହାନ୍ତି ଚିଲିକାର ମତ୍ସଜୀବୀମାନେ

ଟାଙ୍ଗୀ: ୧୯୯୯ ମସିହାରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ପାଦ ଦେଶରେ ଥିବା ସୋରଣ ଗାଁରେ ବେଆଇନ ଚିଙ୍ଗୁଡ଼ି ଘେରୀକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିଲା । ସେଥିରେ ୭ ଜଣ ମତ୍ସଜୀବୀ ପ୍ରାଣ ହରାଇଥିଲେ । ସେହି ସ୍ମୃତିରେ ଆଜି ୨୨ ତମ ସହିଦ ଦିବସ ପାଳିତ ହୋଇଯାଇଛି । ସେ ଦିନର ଗୁଳିକାଣ୍ଡକୁ ଆଜି ପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି ଚିଲିକାର ହଜାର ହଜାର ମତ୍ସଜୀବୀ ।

୧୯୯୯ ମସିହା ମେ ମାସ ୨୯ ତାରିଖ ରାତ୍ର ୧୨ଟା ୪୦ ମିନିଟରେ ହୋଇଥିଲା ସବୁଠାରୁ ଭୟଙ୍କର ଗୁଳିକାଣ୍ଡ । ଚିଲିକାରେ ୧୯୯୯ ମସିହା ସମୟରେ ଅଣ ମାଫିଆଙ୍କ ଦ୍ୱାରା ବେଆଇନି ଚିଙ୍ଗୁଡ଼ି ଘେରି ଚାଲିଥିବା ବେଳେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୋରଣ ଓ ଚିଲିକା ଆଖ ପାଖର ମତ ମତ୍ସଜୀବୀ ମାନେ । ଏହାକୁ ଅଣଦେଖା କରିଆସୁଥିଲେ ସରକାର ଓ ଜିଲ୍ଲା ପ୍ରଶାସନ । ବେଆଇନ ଚିଙ୍ଗୁଡ଼ି ଘେରି ବିବାଦକୁ ନେଇ ହୋଇଥିଲା ଆନ୍ଦୋଳନ । ଅଧରାତ୍ରୀରେ ଚିଲିକା ଦସ୍ୟୁଙ୍କ ଗୁଳିକାଣ୍ଡରେ ଆନ୍ଦୋଳନରତ ମତ୍ସଜୀବୀଙ୍କ ମଧ୍ୟରେ ୭ ଜଣ ଜୀବନ ହାରିଥିଲେ ।

ଆଜି ସେହି ଦିନକୁ ମନେ ପକାଇ ୨୨ତମ ଦିବସ ପାଳନ କରିଛନ୍ତି ସୋରଣ ଗ୍ରାମର ଗ୍ରାମବାସୀ ମାନେ । ଏଥିରେ ମତ୍ସଜୀବୀ ମହାସଂଘର ସଭାପତି ମାଧବ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ସୋରଣ ଘୋଡାଦୌଡ ପେଣ୍ଠରେ ପ୍ରାଣ ହରାଇ ଥିବା ମତ୍ସଜୀବୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲାସଂଘର ସମ୍ପାଦକ ଦଣ୍ଡପାଣି ବେହେରା , ପୂର୍ବତ୍ତନ ସମ୍ପାଦକ ତପନ କୁମାର ବେହେରା , ସୋରଣ ଗ୍ରାମ ସଭାପତି ଦିଲୀପ ବେହେରା ଏବଂ ସଂଘର ଇନ୍ଦ୍ରମଣି ବେହେରା , ଲକ୍ଷ୍ମୀଧର ବେହେରା , ଅମିନ ବେହେରା ,ଯୋଗେନ୍ଦ୍ର ବାଲା , ଧନେଶ୍ବର ବେହେରା , ଜାଇଗ ବେହେରା , ତ୍ରିନାଥ ବେହେରା , କାଳୁ ବେହେରା , ପ୍ରମୋଦ ବେହେରା , ଜଗନାଥ ବେହେରା , କିଶୋର ବେହେରା ଏବଂ ମୁଖପାତ୍ର ଅନାଦି ବେହେରା , ମୁରଲୀଧର ବେହେରାଙ୍କ ଉପସ୍ଥିତରେ କୋଭିଡ ନିୟମ ମାନି ଏହି ଦିବସ ପାଳନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.