Below header

ଆଇପିଏଲ୍‌ ୨୦୨୦ : ୨୦ ହଜାରରୁ ଉର୍ଦ୍ଧ୍ୱ କୋଭିଡ ଟେଷ୍ଟ ପାଇଁ୧୦ କୋଟି ଟଙ୍କା ଖର୍ଚ୍ଚ କରିବା ବିସିସିଆଇ

ୟୁଏଇରେ ଆୟୋଜିତ ଆଇପିଏଲ୍ ୨୦୨୦ ସିଜିନ ୧୩ ଆରମ୍ଭ ହେବାକୁ ଯାଉଛି। ଦେଶରେ କରୋନା ମହାମାରୀ ଚାଲିଥିବା ଯୋଗୁଁ ଖେଳ ହେବ କି ନାହିଁ, ତାହା ବହୁତ ଦ୍ୱନ୍ଦ୍ୱରେ ରହିଥିଲା। ଏବେ ତାରିଖ ଧାର୍ଯ୍ୟ ହେବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ୨୦,୦୦୦ରୁ ଅଧିକ କରୋନା ପରୀକ୍ଷା ପରିଚାଳନା କରିବ। ଏ ବାବଦରେ ବିସିସିଆଇ ମଧ୍ୟ ପାଖାପାଖି ୧୦ କୋଟି ଟଙ୍କା ବ୍ୟୟ କରିବ ବୋଲି ଅନୁମାନ କରାଯାଉଛି। ସମସ୍ତ ୮ଟିଯାକ ଫ୍ରାଞ୍ଚାଇଜ୍ ଭାରତରେ ପରୀକ୍ଷା ବାବଦକୁ ସବୁ ଖର୍ଚ୍ଚ ବହନ କରିଥିଲା ବେଳେ ଅଗଷ୍ଟ ୨୦ ତାରିଖରୁ ଦଳସବୁ ୟୁଏଇରେ ପହଞ୍ଚିବା ପରଠାରୁ ବିସିସିଆଇ ଆର୍ଟି-ପିସିଆର୍ ପରୀକ୍ଷା କରିବାର ଦାୟିତ୍ବ ନେଇଛି।

66

ଏହି ହିସାବ ଅନୁଯାୟୀ ବିସିସିଆଇ ୧୦ କୋଟି ଟଙ୍କା ଖର୍ଚ୍ଚ କରିବ। ପ୍ରାୟ ୭୫ ଜଣ ହେଲଥକେୟାର କର୍ମୀ କରୋନା ପରୀକ୍ଷା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଯଥାସମ୍ଭବ ଖେଳାଳି ଏବଂ ଅଧିକାରୀମାନଙ୍କ ସୁରକ୍ଷା ନିମନ୍ତେ କୌଣସି ବି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନୁ। ଯେଉଁଥିପାଇଁ ହେଲଥକେୟାର କର୍ମୀମାନଙ୍କୁ ଭିନ୍ନ ହୋଟେଲରେ ରଖାଯାଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। କଂପାନି ଦ୍ବାରା ଭରଣା କରାଯିବାକୁ ଥିବା ଜୈବ ବଳୟ ଏବଂ ହୋଟେଲ ଖର୍ଚ୍ଚ ବିସିସିଆଇ ଦେଇନାହିଁ। ତଥାପି ଅଗଷ୍ଟ ୨୦ରୁ ୨୮ ତାରିଖ ମଧ୍ୟରେ ଖେଳାଳି ଓ ସହଯୋଗୀ ଷ୍ଟାଫଙ୍କ ସମେତ ଆଇପିଏଲରେ ସଂପୃକ୍ତ ସମସ୍ତଙ୍କୁ ମିଶାଇ ମୋଟ ୧୯୮୮ କରୋନା ପରୀକ୍ଷା ହୋଇଯାଇଛି ବୋଲି ବିସିସିଆଇ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.