Below header

ଚୌଦ୍ୱାର ବାଣିପଦା ପଞ୍ଚାୟତରେ ମଦ କାରବାରକୁ ନେଇ ହତ୍ୟାକାଣ୍ଡ

ଚୌଦ୍ୱାର: ମଦ କାରବାରକୁ ନେଇ ହତ୍ୟାକାଣ୍ଡ। କଟକ ଜିଲ୍ଲା ଚୌଦ୍ୱାର ଥାନା ବାଣିପଦା ପଞ୍ଚାୟତରେ ଘଟିଛି ଏହି ହତ୍ୟାକାଣ୍ଡ। ମଦ ବ୍ୟବସାୟକୁ ନେଇ ସରୋଜ ସାମଲ ଓ ମଣ୍ଟୁ ସାମଲ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ତେବେ ଗତକାଲି ବିଳମ୍ବିତ ରାତିରରେ ଉଭୟଙ୍କ ମଧ୍ୟରେ ଜୋରଦାର ବଚସା ହେବା ସହ ହାତାହାତି ପରିସ୍ଥିତି ଉପୁଜିଥିଲା।

ମଣ୍ଟୁ ଓ ତା ସହଯୋଗୀମାନେ ସରୋଜକୁ କଟୁରୀ ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ସରୋଜକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇଥିଲା। ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.