Below header

ଜନ୍ମଭୂମିରେ ଜଳିଲା ଅଖଣ୍ଡ ଦୀପ, ଜାଣନ୍ତୁ କେଉଁଠୁ ଆସୁଛି ଶୁଦ୍ଧ ଗାଈ ଘିଅ

ଅଯୋଧ୍ୟାର ରାମ ଜନ୍ମଭୂମିରେ ଅବସ୍ଥିତ ରାମ ଲଲ୍ଲାଙ୍କ ଅସ୍ଥାୟୀ ମନ୍ଦିରରେ ଗତକାଲି ପାଟଣାର ମହାବୀର ମନ୍ଦିରରୁ ପଠାଯାଇଥିବା ଗାଈ ଘିଅରୁ ଅଖଣ୍ଡ ଦୀପ ଜଳିବା ଆରମ୍ଭ ହୋଇଛି। ଆହୁରି ମଧ୍ୟ ଦିନକୁ ପାଞ୍ଚ ଥର ଆଳତୀ ଏହି ଘିଅରୁ ହୋଇଛି | ମହାବୀର ମନ୍ଦିର ଟ୍ରଷ୍ଟ ପାଟନା ପକ୍ଷରୁ ମଙ୍ଗଳବାର ଦିନ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ଅଖଣ୍ଡ ଦୀପ ଏବଂ ଆଳତୀ ପାଇଁ ୭୫ ଟନ୍ ଗାଈ ଘିଅ ହସ୍ତାନ୍ତର କରାଯାଇଛି।

ଟ୍ରଷ୍ଟର ସଚିବ ଆଚାର୍ଯ୍ୟ କିଶୋର କୁନାଲ ଅନନ୍ତ ଚର୍ତୁଦଶୀର ପବିତ୍ର ଅବସରରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସଚିବ ଚମ୍ପତ ରାୟଙ୍କୁ ୭୫ ଟନ୍ ଗାଈ ଘିଅ ହସ୍ତାନ୍ତର କରିଛନ୍ତି। ସୂଚନା ମୁତାବକ ଏହି ଗାଈ ଘିଅରୁ ପାଟଣାର ମହାବୀର ମନ୍ଦିରର ପ୍ରସିଦ୍ଧ ନୈଭେଦ୍ଯମ୍ ଲଡୁ ତିଆରି ହୋଇଥାଏ। ମହାବୀର ମନ୍ଦିର ଏହି ଗାଈ ଘିଅକୁ କର୍ଣ୍ଣାଟକ ମିଲ୍କ ଫେଡେରେଶନରୁ କିଣିଥାଏ | କିଛି ଦିନ ପୂର୍ବେ ମହାବୀର ମନ୍ଦିର ଟ୍ରଷ୍ଟ ରାମ ଜନ୍ମଭୂମି ତିର୍ଥର ସଚିବ ତଥା ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ ପରାମର୍ଶ ଦେଇଥିଲେ, ଅଖଣ୍ଡ ଦୀପରେ ଗାଈର ଶୁଦ୍ଧ ଘିଅ ବ୍ଯବହାର କରାଯିବା ଉଚିତ। ଏଥିସହ ଯଦି ତୀର୍ଥକ୍ଷେତ୍ରର ଅନୁମତି ମିଳେ ତେବେ ମହାବୀର ମନ୍ଦିରର ଗାଈର ଶୁଦ୍ଧ ଘିଅକୁ ପରିଚାଳନା କରିବ | ବର୍ତ୍ତମାନ ଏହାର ଅନୁମତି ଟ୍ରଷ୍ଟ ପାଇଛି |

Ram-Templeଏହାକୁ ଦୃଷ୍ଟିରେ ରଖି ଅନନ୍ତ ଚର୍ତୁଦଶୀର ଶୁଭ ଅବସରରେ ଆଚାର୍ଯ୍ୟ କିଶୋର କୁନାଲ ରାମଜନ୍ମଭୂମି ତୀର୍ଥ ଟ୍ରଷ୍ଟକୁ ଏକ ବର୍ଷ ଅଖଣ୍ଡ ଦୀପ ଜଳାଇବା ପାଇଁ ତଥା ୫ଥର ଆଳତୀ ପାଇଁ ୭୫ ଟନ୍ (୭୫ × ୧୫ କିଲୋଗ୍ରାମ) ଶୁଦ୍ଧ ଘିଅ ପ୍ରଦାନ କରିଥିଲେ। ଏହାକୁ ଗ୍ରହଣ କରିବାକୁ ରାମଜନ୍ମଭୂମି ତୀର୍ଥ କ୍ଷେତ୍ରର ସଚିବ ଚମ୍ପତ ରାୟ ନିଜେ ଆସିଥିଲେ। ରିପୋର୍ଟ ଅନୁଯାୟୀ ପୂର୍ବରୁ କେବଳ ଅଖଣ୍ଡ ଦୀପ ପାଇଁ ଘିଅ ଯୋଗାଇବା ପାଇଁ ଯୋଜନା ଥିଲା, କିନ୍ତୁ ଆଜି ଆଲୋଚନା କରିବା ପରେ ୫ଥର ଆଳତୀ ପାଇଁ ମଧ୍ଯ ଘିଅ ଦେବା ପାଇଁ ଆଲୋଚନା ହୋଇଥିଲା । ଏହିକାରଣରୁ ପୂର୍ବରୁ ପ୍ରସ୍ତାବିତ ୨୫ ଟନ୍ ରୁ ବଢାଯାଇ ୭୫ ଟନ୍ ଘିଅ ହସ୍ତାନ୍ତର କରାଯାଇଛି। ଗୋଟିଏ ଦିନରେ ଅଖଣ୍ଡ ଦୀପରେ ପ୍ରାୟ ଏକ କିଲୋ ଘିଅ ବ୍ୟବହାର କରାଯାଏ |

ଆଚାର୍ଯ୍ୟଙ୍କ କହିବାନୁଯାୟୀ, ମହାବୀର ମନ୍ଦିର ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ ମୋକରୀର ଗୋବିନ୍ଦ ଭୋଗ ଚାଉଳରୁ ହିଁ ରାମ ଲଲାଜୀଙ୍କ ଭୋଗ ଲାଗିଥାଏ। ମହାବୀର ମନ୍ଦିର ଟ୍ରଷ୍ଟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଦିନ ୧୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲା ଏବଂ ଯେଉଁ ଦିନ ତୀର୍ଥସ୍ଥାନର ଖାତା ଖୋଲିଲା, ସେହି ଦିନ ମହାବୀର ମନ୍ଦିର ଟ୍ରଷ୍ଟ ଦ୍ବାରା ୨ କୋଟି ଟଙ୍କା ଜମା କରାଯାଇଥିଲା। ଭୂମି-ପୂଜନ ଅବସରରେ ମହାବୀର ମନ୍ଦିର ଅଯୋଧ୍ୟାରେ ୧.୨୫ ଲକ୍ଷ ଲଡୁ ତିଆରି କରିଥିଲେ, ଯାହା ଅଯୋଧ୍ୟା, ବିହାର ଏବଂ ଦେଶର ଅନେକ ସ୍ଥାନରେ ବିତରଣ କରାଯାଇଥିଲା। ଅଯୋଧ୍ୟାରେ ଭକ୍ତଙ୍କ ପାଇଁ ମାଗଣା ରାମ ରୋଷେଇ ମଧ୍ଯ ଚାଲିଛି। ସୂଚନା ମୁତାବକ ମହାବୀର ମନ୍ଦିର ପାଟଣାର ଅଯୋଧ୍ୟା ସହିତ ଦୀର୍ଘ ଦିନର ସମ୍ପର୍କ ରହିଛି ଏବଂ ରାମଙ୍କ ମନ୍ଦିର ନିର୍ମାଣରେ ହନୁମାନଙ୍କ ମନ୍ଦିରର ଅବଦାନ ବହୁତ ରହିଛି। ମହାବୀର ମନ୍ଦିରର ସଚିବ ଆଚାର୍ଯ୍ୟ କିଶୋର କୁନାଲଙ୍କୁ ମଧ୍ୟ ରାମ ମନ୍ଦିରର ଭୂମିପୂଜନରେ ନିମନ୍ତ୍ରଣ କରାଯାଇଥିଲା। ସେ ଅଯୋଧ୍ୟା ଉପରେ ଦୁଇଟି ପୁସ୍ତକ ଲେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.