ସାଉଥ ଷ୍ଟାର ପବନ କଲ୍ୟାଣଙ୍କ ଜନ୍ମଦିନ ପାର୍ଟିରେ ଘଟିଲା ଅଘଟଣ, ଶୁଭେଚ୍ଛା ଜଣାଇବାକୁ ଆସିଥିବା ଫ୍ୟାନଙ୍କ ସହିତ ଘଟିଲା ଏମିତି କିଛି

ଦକ୍ଷିଣ ଭାରତର ଜଣାଶୁଣା ଅଭିନେତା ପବନ କଲ୍ୟାଣଙ୍କ ଜନ୍ମଦିନ ପାର୍ଟିରେ ଘଟିଛି ଅଘଟଣ। ପବନ କଲ୍ୟାଣଙ୍କ ଜନ୍ମଦିନ ପାର୍ଟିରେ ଘଟିଥିବା ଦୁର୍ଘଟଣାରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ପବନ କଲ୍ୟାଣଙ୍କ ଜନ୍ମଦିନ ପାର୍ଟିରେ କିଛି ପ୍ରଶଂସକ ହୋର୍ଡିଂ ଲଗାଇବାକୁ ଚେଷ୍ଟା କରୁଥିଲେ। ଅଭିନେତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ଭିଡ ଜମିଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣ ହୋର୍ଡିଂ ଧରି ଏକ ଖମ୍ବରେ ଚଢିଗଲେ। ସେହି ହୋର୍ଡିଂରେ ପବନ କଲ୍ୟାଣଙ୍କ ଜନ୍ମଦିନର ଶୁଭେଚ୍ଛା ଲେଖାଥିଲା। ଏହି ହୋର୍ଡିଂ ଲଗାଇବା ସମୟରେ ସେମାନେ ଧ୍ୟାନ ଦେଇଥିଲେ, ପାଖରେ ଏକ କରେଣ୍ଟ ତାର ଯାଇଥିଲା। ହୋର୍ଡିଂର ଫ୍ରେମ ଲୁହା ପାଇପରେ ହୋଇଥିବା ବେଳେ ଏହା କରେଣ୍ଟ ତାର ସଂପର୍କରେ ଆସି ଯାଇଥିଲା। ଠିକ୍‌ ସେହି ସମୟରେ ହୋର୍ଡିଂ ଲଗାଇବା ପାଇଁ ଯାଇଥିବା ଯୁବକ ଏହାକୁ ଧରି ପକାଇବାରୁ ସେମାନଙ୍କୁ କରେଣ୍ଟ ଲାଗିଥିଲା ଏବଂ ଘଟଣାସ୍ଥଳରେ ତିନି ଜଣଙ୍କର ପ୍ରାଣ ଚାଲି ଯାଇଥିଲା।

ଏହି ଅଘଟଣାରେ ପବନ କଲ୍ୟାଣଙ୍କ ଆଗାମୀ ଫିଲ୍ମର ନିର୍ମାତା ବୋନି କପୁର ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। ଏହାଛଡା ମୃତକଙ୍କ ପରିବାରକୁ ଦୁଇ ଦୁଇ ଲକ୍ଷଟଙ୍କାର ସହାୟତା ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ପବନ କଲ୍ୟାଣ ଆନ୍ଧ୍ର ପ୍ରଦେଶ ରାଜନୀତିରେ ବେଶ୍‌ ସକ୍ରିୟ ଅଛନ୍ତି। ଅଭିନୟ ସହିତ ଜନ ସେନା ପାର୍ଟିର ସଂଚାଳନ ମଧ୍ୟ କରୁଛନ୍ତି। ଆଗାମୀ ଫିଲ୍ମ ‘ବକିଲ ସାବ’ରେ ଜଣେ ଓକିଲ ଭୂମିକାରେ ନଜର ଆସିବେ ପବନ କଲ୍ୟାଣ। ଏହି ଫିଲ୍ମକୁ ବୋନି କପୁର ପ୍ରଯୋଜନା କରୁଛନ୍ତି। ଏହା ସୁପରହିଟ୍‌ ଫିଲ୍ମ ‘ପିଙ୍କ’ର ରିମେକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.