Below header

ବିଶ୍ୱକପ ୨୦୨୩ ଆୟୋଜନ କରୁଥିବା ସମସ୍ତ ଷ୍ଟେଟ ଆସୋସିଏସନକୁ ଚିଠି ଲେଖିଲା ବିସିସିଆଇ, ସମସ୍ତଙ୍କୁ କଲା ଏମିତି ନିବେଦନ

ଭାରତରେ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ବିଶ୍ୱକପ ମହାକୁମ୍ଭର ଆୟୋଜନ ହେବ । ଦେଶର ୧୨ଟି ସ୍ଥାନରେ ମ୍ୟାଚ୍‌ ଖେଳାଯିବ । ସମସ୍ତ ୧୦ଟି ଷ୍ଟେଟ୍‌ ଆସୋସିଏସନକୁ ଏକ ଖାସ୍‌ ଚିଠି ଲେଖିଛନ୍ତି ଜୟ ଶାହା।

ବିଶ୍ୱକପ୍‌ ୨୦୨୩ର ଆୟୋଜନ ଚଳିତଥର ଭାରତ କରୁଛି । ବିସିସିଆଇ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ମେଗା ଇଭେଣ୍ଟର ଆୟୋଜନ କରୁଛି । ଚଳିତବର୍ଷ ବିଶ୍ୱକପରେ ଭାରତର ୧୨ଟି ସ୍ଥାନରେ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ବିସିସିଆଇ ସଚିବ ଜୟ ଶାହା ବିଶ୍ୱକପ୍‌ ଆୟୋଜନ କରୁଥିବା ସମସ୍ତ ୧୦ଟି ଷ୍ଟେଟ୍‌ ଆସୋସିଏସନକୁ ଏକ ଖାସ୍‌ ଚିଠି ଲେଖିଛନ୍ତି ।

ଚଳିତବର୍ଷ ବିଶ୍ୱକପ ମ୍ୟାଚ୍‌ ପାଇଁ ହାଇଦ୍ରାବାଦ, ଅହମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ବେଙ୍ଗାଲୁରୁ, ମୁମ୍ବାଇ, କଲିକତା ଏବଂ ପୁନେରେ ଖେଳାଯିବ । ସେହିପରି ଓ୍ଵାର୍ମଅପ ମ୍ୟାଚ ଗୌହ୍ଵାଟୀ, ତିରୁଅନ୍ତନପୁରମ, ହାଇଦ୍ରାବାଦରେ ଆୟୋଜିତ ହେବ ।

ତେବେ ଏମାନଙ୍କୁ ଛାଡି ଅନେକ ବଡ ଷ୍ଟାଡିୟମ ମୋହାଲି, ନାଗପୁର, ରାଜକୋଟ, ଇନ୍ଦୋର, ରାଞ୍ଚି, ରାୟପୁରକୁ କୌଣସି ମ୍ୟାଚ୍‌ ନ ମିଳିବାରୁ ସମସ୍ତ ସଂଘ ନିରାଶ ହୋଇଛନ୍ତି । ତେବେ ଏହାକୁ ନେଇ ଜୟ ଶାହା ସମସ୍ତଙ୍କୁ ଚିଠି ଲେଖି ଅପିଲ କରିଛନ୍ତି । ଯେଉଁମାନେ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ନିଜର ନାମ ଦେଇଛନ୍ତି, ସେମାନେ ଆଗାମୀ ଅର୍ନ୍ତରାଷ୍ଟ୍ରୀୟ ସିଜିନ ପାଇଁ ହେବାକୁ ଥିବା ମ୍ୟାଚ୍‌ ପାଇଁ ନିଜର ନାମ ଦେବେ ନାହିଁ । ସମସ୍ତ ଷ୍ଟେଟ ଆସୋସିଏସନକୁ ଚିଠି ଲେଖି ଅପିଲ କରିଛନ୍ତି ଜୟ ଶାହ।

ଆଉ ଯେଉଁମାନଙ୍କୁ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ସୁଯୋଗ ଦିଆଯାଇନାହିଁ, ସେମାନେ ବିଶ୍ୱକପ ପୂର୍ବରୁ ହେବାକୁ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ମ୍ୟାଚ୍‌ ଖେଳିବାକୁ ମିଳିବ । ତା’ ଛଡା ବିଶ୍ୱକପ ସରିବା ପରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳିବ ।

ବିଶ୍ବକପ ୨୦୨୩ରେ ଟିମ୍‌ ଇଣ୍ଡିଆର ସୂଚୀ :

୮ ଅକ୍ଟୋବର : ଭାରତ ବନାମ ଅଷ୍ଟ୍ରେଲିଆ(ଚେନ୍ନାଇ)

୧୧ ଅକ୍ଟୋବର : ଭାରତ ବନାମ ଆଫଗାନିସ୍ତାନ ( ଦିଲ୍ଲୀ)

୧୫ ଅକ୍ଟୋବର : ଭାରତ ବନାମ ପାକିସ୍ତାନ (ଅହମଦାବାଦ)

୧୯ ଅକ୍ଟୋବର : ଭାରତ ବନାମ ବାଂଲାଦେଶ ( ପୁନେ)

୨୨ ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ ( ଧର୍ମଶାଳା)

୨୯ ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ)

୨ ନଭେମ୍ବର : ଭାରତ ବମାନ କ୍ବାଲିଫାୟର (ମୁମ୍ବାଇ)

୫ ନଭେମ୍ବର : ଭାରତ ବନାମ ଦକ୍ଷିଣ ଆଫ୍ରିକା (କୋଲକତା)

୧୧ ନଭେମ୍ବର : ଭାରତ ବନାମ କ୍ବାଲିଫାୟର ଟିମ୍‌ (ବେଙ୍ଗାଲୁରୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.