ହ୍ବାଟ୍ସଆପରେ କ୍ୟୁଆର କୋଡକୁ ସ୍କାନ୍ କରି ଚାଟକୁ ସହଜରେ କରନ୍ତୁ ଟ୍ରାନ୍ସଫର, ଜାଣନ୍ତୁ ପ୍ରୋସେସ୍ 

ହ୍ବାଟ୍ସଆପ୍ ବ୍ୟବହାରକାରୀମାନଙ୍କ ଲାଗି ଚାଟ୍ ସ୍ଥାନାନ୍ତରକୁ ସହଜ ଓ ସୁବିଧାଜନକ କରିବା ଲାଗି କମ୍ପପାନୀ କ୍ଷରୁ କ୍ୟୁଆର୍ କୋଡ୍ଭିତ୍ତିକ ସୁବିଧା ଆରମ୍ଭ କରାଯାଇଛି। ଫଳରେ କ୍ୟୁଆର୍ କୋଡ୍ ସ୍କାନ୍ କରି ଲୋକମାନେ ଗୋଟିଏ ଫୋନ୍ରୁ ଅନ୍ୟ ଫୋନକୁ ନିଜ ଚାଟ୍ ପଠାଇପାରିବେ।

ସାରା ଦୁନିଆରେ ହ୍ବାଟ୍ସଆପର ୨ ବିଲିୟନରୁ ଅଧିକ ଆକ୍ଟିଭ ୟୁଜର୍ସ ଅଛନ୍ତି । ଭାରତରେ ପ୍ରାୟ ୫୦୦ ମିଲିୟନରୁ ଅଧିକ ଲୋକ ହ୍ବାଟ୍ସଆପର ବ୍ୟବହାର କରୁଛନ୍ତି । ୟୁଜର୍ସ ପ୍ରତିଦିନ ଏହି ଆପରେ ଜଣେ ଜଣଙ୍କୁ କାମ ପ୍ରସଙ୍ଗରେ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି ଜିନିଷ ସେୟାର କରନ୍ତି । ଅର୍ଥାତ୍ ହସ ମଜାକ ଭିତରେ ବି କିଛି କଥା ଏମିତି ଥାଏ ଯାହା ଗୁରୁତ୍ବପୂର୍ଣ୍ଣ ହୋଇଥାଏ ଏବଂ ଭବିଷ୍ୟତରେ ବି କାମରେ ଆସିପାରେ । ସେଥିପାଇଁ ତ ଚାଟକୁ ସଂଗ୍ରହ କରିକି ରଖିବା ପାଇଁ କମ୍ପାନୀ ଚାଟ୍ ବ୍ୟାକଅପର ଅପ୍ସନ ଦେଇଥାଏ । ଏବେ ପର୍ଯ୍ୟନ୍ତ ୟୁଜର୍ସ ଗୁଗଲ ଡ୍ରାଇଭ ଜରିଆରେ ନିଜ ଚାଟ୍ସକୁ ବ୍ୟାକଅପ୍ କରୁଥିଲେ । ଏହା ଏକ ଲମ୍ବା ପ୍ରୋସେସ୍ । କିନ୍ତୁ ଏବେ କମ୍ପାନୀ ଏକ ସହଜ ତରିକା ଆଣିଛି, ଯେଉଁଥିରେ ଆପଣ ଚାଟ୍ସକୁ ଏକଦମ୍ ସହଜ ତରିକାରେ ଟ୍ରାନ୍ସଫର କରିପାରିବେ ।

ହ୍ବାଟ୍ସଆପ୍ ବ୍ୟବହାରକାରୀମାନଙ୍କ ଲାଗି ଚାଟ୍ ସ୍ଥାନାନ୍ତରକୁ ସହଜ ଓ ସୁବିଧାଜନକ କରିବା ଲାଗି କମ୍ପପାନୀ କ୍ଷରୁ କ୍ୟୁଆର୍ କୋଡ୍ଭିତ୍ତିକ ସୁବିଧା ଆରମ୍ଭ କରାଯାଇଛି। ଫଳରେ କ୍ୟୁଆର୍ କୋଡ୍ ସ୍କାନ୍ କରି ଲୋକମାନେ ଗୋଟିଏ ଫୋନ୍ରୁ ଅନ୍ୟ ଫୋନକୁ ନିଜ ଚାଟ୍ ପଠାଇପାରିବେ। ହଁ ଆଜ୍ଞା ଏବେ ଆପଣ ହ୍ବାଟ୍ସଆପ୍ ଚାଟ୍ସକୁ ଗୁଗଲ ଡ୍ରାଇଭ ବଦଳରେ ନୂଆ ଫୋନରେ କେବଳ କ୍ୟୁଆର କୋଡ୍ ସ୍କାନ କରି ଟ୍ରାନ୍ସଫର କରିପାରିବେ ।

ମେଟା ମୁଖ୍ୟ ମାର୍କ ଜୁକରବର୍ଗ କହିଛନ୍ତି ଯେ ପୁରୁଣା ଫୋନ୍ରୁ ନୂଆ ଫୋନ୍କୁ ଚାଟ୍ ସ୍ଥାନାନ୍ତର କରିବା ବେଳେ ଆଉ ତାହାକୁ କ୍ଲାଉଡରେ ଅପଲୋଡ କରିବାକୁ ପଡ଼ିବନି। କ୍ୟୁଆର୍ କୋଡ୍ ଜରିଆରେ ଚାଟକୁ ନୂଆ ଫୋନକୁ ପଠାଇହେବ। ଏହି ସୁବିଧା ଲୋକାଲ୍ ୱାଇ-ଫାଇରେ କାମ କରିବ। ଲୋକମାନେ ହ୍ବାଟ୍ସଆପରୁ ନବାହାରି ଚାଟ୍ ଓ ମିଡିଆ ଫାଇଲ ଗୁଡିକ ସ୍ଥାନାନ୍ତର କରିପାରିବେ। ଏଥିପାଇଁ ହ୍ବାଟ୍ସଆପରେ ସେଟିଂରେ ଥିବା ଚାଟ୍ସ ଓ ତା’ ପରେ ଚାଟ୍ ଟ୍ରାନ୍ସଫର ବିକଳ୍ପ ଚୟନ କରିବାକୁ ପଡ଼ିବ। ସେଥିରେ କ୍ୟୁଆର୍ କୋଡଭିତ୍ତିକ ଟ୍ରାନ୍ସଫର ବିକଳ୍ପ ରହିଛି। ଯଦି ଉଭୟ ନୂଆ ଓ ପୁରୁଣା ଫୋନ୍ର ଅପରେଟିଂ ସିଷ୍ଟମ୍ ଏକାପ୍ରକାର ହୋଇଥିବ ତେବେ ଏହି ସୁବିଧା କାମ କରିବ। ଏହି ବ୍ୟବସ୍ଥାରେ ଚାଟ୍ ସ୍ଥାନାନ୍ତର କରିବା ଦ୍ବାରା ଚାଟ୍ ସୁରକ୍ଷିତ ରହିବ।

କିପରି ଟ୍ରାନ୍ସଫର କରିବେ ଚାଟ୍ସ ଜାଣନ୍ତୁ
  • ଯଦି ଆପଣ ହ୍ବାଟ୍ସଆପ ଚାଟ୍ସକୁ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତାହେଲେ ସର୍ବପ୍ରଥମେ ନୂଆ ଫୋନରେ ହ୍ବାଟ୍ସଆପକୁ ଅପଲୋଡ୍ କରନ୍ତୁ । ଏହାସହିତ ୱାଇଫାଇ ଏବଂ ଲୋକେସନକୁ ଏଥିରେ ଅନ୍ କରନ୍ତୁ ।
  • ଏବେ ପୁରୁଣା ଫୋନରେ ମଧ୍ୟ ୱାଇଫାଇ ଏବଂ ଲୋକେସନକୁ ଅନ୍ କରନ୍ତୁ ଏବଂ ସେଟିଙ୍ଗରେ ଯାଇ ଚାଟସ ସେକ୍ସନକୁ ଆସନ୍ତୁ । ଏଠାରେ ଟ୍ରାନ୍ସଫର ଚାଟ୍ସ ଅପସନ୍ ମିଳିବ । ତାହା ଉପରେ କ୍ଲିକ କରି ପ୍ରୋସେସକୁ ଆରମ୍ଭ କରନ୍ତୁ ।
  • ଏବେ ପୁରୁଣା ଫୋନରେ ଆସୁଥିବା କ୍ୟୁଆର କୋଡକୁ ସ୍କାନ୍ କରନ୍ତୁ । ଏପରି କରିବା ପରେ ହିଁ ଚାଟ୍ ଟ୍ରାନ୍ସଫର ପ୍ରୋସେସ୍ ଆରମ୍ଭ ହୋଇଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.