Below header

ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ୍‌ କପ୍‌ରେ ଭାରତ ଚାମ୍ପିଅନ୍‌, ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚାମ୍ପିଅନ୍‌ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କେନ୍ୟୁଜ୍(ବ୍ୟୁରୋ): ହିରୋ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ୍‌ କପ୍‌ରେ ଭାରତ ଚାମ୍ପିଅନ୍‌ । ଲେବାନନ୍‌କୁ ୨-୦ ଗୋଲରେ ପରାସ୍ତ କରିଛି ଭାରତ । ପ୍ରାରମ୍ଭରୁ ଉଭୟ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା । ପ୍ରଥମ ହାଫ୍‌ରେ ଗୋଲ ସ୍କୋର ୦-୦ ଥିବା ବେଳେ ଦ୍ୱିତୀୟ ହାଫ୍‌ରେ କମବ୍ୟାକ କରିଥିଲା ଭାରତ । ଭାରତ ପକ୍ଷରୁ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ ଅଧିନାୟକ ସୁନିଲ ଛେତ୍ରୀ । ସେହିଭଳି ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ଚାଙ୍ଗଟେ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିଲା ଫାଇନାଲ୍‌ ମ୍ୟାଚ୍‌ । ୨୦୧୮ ପ୍ରଥମ ସଂସ୍କରଣରେ ମଧ୍ୟ ଚାମ୍ପିଅନ୍‌ ହୋଇଥିଲା ଭାରତ ।

ଚାମ୍ପିଅନ୍‌ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ହିରୋ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ୍‌ କପ୍‌ ଆୟୋଜନ କରିଥିବାରୁ ଏହା ଗର୍ବର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.