IIT ଗୌହ୍ବାଟୀରେ ପଦବୀ ଖାଲି, ବିଟେକ୍‌ କିମ୍ବା ଏମସିଏ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

IIT ଗୌହ୍ବାଟୀରେ ଖାଲିପଡିଛି ଜୁନିଅର ଟେକ୍ନିକାଲ ସୁପରିଟେଣ୍ଡେଣ୍ଟ ଏବଂ ଜୁନିଅର ଆସିଷ୍ଟାଣ୍ଟ ପଦବୀ । ବିଟେକ୍‌ କିମ୍ବା ଏମସିଏ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୩୦ ଜୁନ୍‌ ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ଗୌହ୍ବାଟୀରେ ଚାକିରି ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିପାରିବେ । ଏଠାରେ ଖାଲିପଡିଛି ୩୫ ପଦବୀ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ୍‌  iit.ac.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଶେଷ ତାରିଖ ଜୁନ୍‌ ୩୦ ରହିଛି ।

ପଦବୀ ବିବରଣୀ : ୩୫

ଜୁନିଅର ଟେକ୍ନିକାଲ ସୁପରିଟେଣ୍ଡେଣ୍ଟ

ଜୁନିଅର ଆସିଷ୍ଟାଣ୍ଟ

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଜୁନ୍‌ ୩୦, ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଖାଲିପଡିଥିବା ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ବବିଦ୍ୟାଳୟ/ସଂସ୍ଥାରୁ ବିଇ/ବିଟେକ୍‌/ବିଏସସି/ଏମସିଏ ଡିଗ୍ରୀ/ଡିପ୍ଲୋମା କରିଥିବା ଜରୁରୀ । ଏହାସହିତ ସମ୍ବନ୍ଧୀୟ କ୍ଷେତ୍ରରେ ଅଭିଜ୍ଞତା ଥିଲେ ଭଲ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୭ ରୁ ୩୦ ଭିତରେ ଧାର୍ଯ୍ୟ କରାଯାଇଛି । ସଂରକ୍ଷିତ ବର୍ଗଙ୍କ ପାଇଁ ସର୍ବାଧିକ ବୟସରେ ଛାଡ୍‌ ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା/ସ୍କିଲ ଟେଷ୍ଟ ମାଧ୍ୟମରେ ହେବ । ଲିଖିତ ପରୀକ୍ଷା/ସ୍କିଲ ଟେଷ୍ଟରେ ସଫଳ ହେବା ପରେ ଚୟନ ପ୍ରକ୍ରିୟାରେ ସମସ୍ତ ଦସ୍ତାବିଜ ଦେବାକୁ ପଡିବ ।

ଆବେଦନ ଶୁଳ୍କ : ଆବେଦନ ଶୁଳ୍କ ୩୦୦ ଟଙ୍କା ରହିଥିବା ବେଳେ ସଂରକ୍ଷିତ ବର୍ଗଙ୍କ ପାଇଁ ୧୫୦ ଟଙ୍କା ଆବେଦନ ଶୁଳ୍କ  ରହିଛି ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟରେ କ୍ଲିକ୍‌ କରିବା ଜରୁରୀ ।

ଏହାପରେ ହୋମ ପେଜରେ କ୍ୟାରିଅର ସେକ୍ସନରେ କ୍ଲିକ୍‌ କରନ୍ତୁ ।

ତା’ ପରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍‌ କରନ୍ତୁ ।

ଏହାପରେ ଲଗଇନ ଆପ୍ଲିକେସନ ଫର୍ମ ପୂରଣ କରନ୍ତୁ ।

ଆବେଦନ ପତ୍ର ପୂରଣ କରନ୍ତୁ।

ତା’ ପରେ ଆବେଦନ ଶୁଳ୍କ ଜମା କରିବା ପରେ ଫର୍ମ ସବମିଟ୍‌ କରନ୍ତୁ।

ଏହାପରେ ଏକ ପ୍ରିଣ୍ଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରୁନ୍ତୁ :

https://www.iitg.ac.in/pdf/ac49c3429198eb6019a636f2b16c6209.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.