ମହାରାଷ୍ଟ୍ର ନାଗପୁରରେ ଅଭାବନୀୟ ଘଟଣା, ବନ୍ଦ କାରରୁ ମିଳିଲା ୩ ଶିଶୁଙ୍କ ମୃତଦେହ

ଶନିବାର ଠାରୁ ନିଖୋଜ ହୋଇଯାଇଥିଲେ ୩ ଶିଶୁ । ଘର ଠାରୁ ୫୦ ମିଟର ଦୂରରେ କାରରୁ ମିଳିଲା ମୃତଦେହ । ୪ବର୍ଷୀୟ ତଫୁକ୍ୟୁ ଫିରୋଜ ଖାନ, ୬ ବର୍ଷୀୟ ଆଲିଆ ଫିରୋଜ ଖାନ ଓ ଆଫ୍ରିନ ଇରସାଦ ଖାନ ଶନିବାର ଠାରୁ ନିଖୋଜ ହୋଇଯାଇଥିଲେ ।

କେନ୍ୟୁଜ୍(ବ୍ୟୁରୋ): ବନ୍ଦ କାରରୁ ମିଳିଲା ୩ ଶିଶୁଙ୍କ ମୃତଦେହ । ମହାରାଷ୍ଟ୍ର ନାଗପୁରରେ ଅଭାବନୀୟ ଘଟଣା । ଶନିବାର ଠାରୁ ନିଖୋଜ ହୋଇଯାଇଥିଲେ ୩ ଶିଶୁ । ଘର ଠାରୁ ୫୦ ମିଟର ଦୂରରେ କାରରୁ ମିଳିଲା ମୃତଦେହ । ୪ବର୍ଷୀୟ ତଫୁକ୍ୟୁ ଫିରୋଜ ଖାନ, ୬ ବର୍ଷୀୟ ଆଲିଆ ଫିରୋଜ ଖାନ ଓ ଆଫ୍ରିନ ଇରସାଦ ଖାନ ଶନିବାର ଠାରୁ ନିଖୋଜ ହୋଇଯାଇଥିଲେ ।

ସେମାନଙ୍କ ବାପା ମା’ ଏନେଇ ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ । ଫିରୋଜ ଓ ଆଲିଆ ଦୁଇ ଭାଇ ଭଉଣୀ ହୋଇଥିବାବେଳେ ଆଫ୍ରିନ ପଡିଶା ଘରର । ୩ ଶିଶୁ ପାଖ ଖେଳପଡିଆକୁ ଖେଳିବାକୁ ଯାଇଥିଲେ । ଖେଳୁ ଖେଳୁ କାରରେ ପଶିଯାଇଥିଲେ ଓ ଲକ୍‌ ହୋଇଯାଇଥିଲେ । ଶାସ୍ୱରୁଦ୍ଧ ହୋଇ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.