Below header

ବାରବାଟୀ ଟି-20 ମ୍ୟାଚର ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ଜୁନ ୧୨ ତାରିଖରେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି-20 ଅନ୍ତରାଷ୍ଟ୍ରିୟ ମ୍ୟାଚ ପାଇଁ ପ୍ରଥମ ଟିକେଟ କିଣିଛନ୍ତି । ଓଡିଶା କ୍ରିକେଟ ଆସୋସିଏସନ ବା ଓସିଏର ଅଧ୍ୟକ୍ଷ ଶ୍ରୀ ପଙ୍କଜ ଲୋଚନ ମହାନ୍ତି ଓ ଓସିଏର ସେକ୍ରେଟାରୀ ଶ୍ରୀ ସଞ୍ଜୟ ବେହେରା ମ୍ୟାଚର ପ୍ରଥମ ଟିକେଟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ 5T ସଚିବ ଭି.କେ ପାଣ୍ଡିୟାନ ଉପସ୍ଥିତ ଥିଲେ । ଏହା ସହ ଏଚଡ଼ିଏଫସି ବ୍ୟାଙ୍କର ଜୋନାଲ ହେଡ଼ ଶ୍ରୀ ଦୀପକ ସିଂହ ଏବଂ ଉପାଧ୍ୟକ୍ଷ ଅନିମେଷ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମକୁ ଓସିଏ ସେକ୍ରେଟାରୀ ଶ୍ରୀ ସଞ୍ଜୟ ବେହେରା ସୁପରିଚାଳନା କରିଥିଲେ । ଏହା ସହ କିପରି ଟିକେଟ ବିକ୍ରି ସୁପରିଚାଳିତ ଭାବେ ସମ୍ପର୍ଣ୍ଣ ହେବ ସେ ବିଷୟରେ ବି ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.