Below header

କରୋନା ଟିକାର ପ୍ରଥମ ଡୋଜ୍ ନେଲେ ଯଶପ୍ରୀତ ବୁମରାହ ଓ ସ୍ମୃତି ମନ୍ଦାନା

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଓ ମହିଳା ଟିମର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଦାନା କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେହିପରି କ୍ରିକେଟର ଦିନେଶ କାର୍ତ୍ତିକ ମଧ୍ୟ କରୋନା ଟିକା ନେଇଛନ୍ତି। ଏହି ୩ ଖେଳାଳି ନିଜ ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରି ଅନ୍ୟମାନଙ୍କୁ ମଧ୍ୟ ଟିକା ନେବାକୁ ପରାମର୍ଶ ଦେଇଛନ୍ତି।

ବୁମରାହ ଟ୍ୱିଟ କରି ଲେଖିଛନ୍ତି, ଟିକା ନେଇଗଲି। ସମସ୍ତେ ସୁରକ୍ଷିତ ରୁହନ୍ତୁ।

ସେହିପରି ମନ୍ଦାନା ମଧ୍ୟ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଫଟୋ ସେୟାର କରି ଲେଖିଛନ୍ତି, ଦୟାକରି ସୁରକ୍ଷିତ ରୁହନ୍ତୁ ଓ ଟିକା ଲଗାନ୍ତୁ।

 

View this post on Instagram

 

A post shared by Smriti Mandhana (@smriti_mandhana)

ସୂଚନାଯୋଗ୍ୟ ଯେ, ଏବେ ଯାଏଁ ବିରାଟ କୋହଲି, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଉମେଶ ଯାଦବ, ଈଶାନ୍ତ ଶର୍ମା ପ୍ରମୁଖ ଖେଳାଳି କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.