ପୁରୀ ହାଜତ ମୃତ୍ୟୁ ମାମଲା: ବିଚାରବିଭାଗୀୟ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ

ପୁରୀ(କେନ୍ୟୁଜ୍):  ପୁରୀ ହାଜତ ମୃତ୍ୟୁ ମାମଲାର ବିଚାରବିଭାଗୀୟ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ । ପୁରୀ ଜେଏମଏଫସିଙ୍କ ଏହି ତଦନ୍ତ ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରିଛନ୍ତି ପୁରୀ ଜିଲ୍ଲା ଜଜ୍‌ । ଏହାସହ କେ. ରମେଶଙ୍କ ମୃତ୍ୟୁ ନେଇ ଷ୍ଟାଟସ ରିପୋର୍ଟ ପୁରୀ ଏସପିଙ୍କୁ ଦାଖଲ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିବା ବେଳେ ସେହି ରିପୋର୍ଟ ଦାଖଲ ହୋଇପାରି ନାହିଁ । ଏହି ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସମୟ ନେଇଛନ୍ତି ସରକାରୀ ଓକିଲ ।

ଜୁନ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ତେବେ ଏହା ପୂର୍ବରୁ ଏସ୍‌ପିଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । ଜିଲା ଜଜ୍‌ଙ୍କ ନିର୍ଦ୍ଦେଶରେ ପୁରୀ ଜେଏମଏଫସି ଘଟଣାର ତଦନ୍ତ କରିଥିବା ବେଳେ ତଦନ୍ତ ଶେଷ ହୋଇ ସେହି ରିପୋର୍ଟ ଜିଲା ଜଜଙ୍କୁ ପ୍ରଦାନ କରିଥିଲେ । ଆବେଦନକାରୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଅଦାଲତରେ ଗତ ଜାନୁୟାରୀ ୨୭ ତାରିଖରେ ରିଜୋଣ୍ଡର ଦାଖଲ କରଯାଇଥିଲା । ମୃତକ କେ. ରମେଶଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା କେସ ନମ୍ବର ୩୧୮/୨୦୨୦ ରେ ଏତଲା ବିବରଣୀରେ ଟାମ୍ପରିଂ ହୋଇଥିବା ଏହି ରିଜୋଣ୍ଡରରେ ଅଭିଯୋଗ କରିଥିଲେ ଆବେଦନକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.