ଭଦ୍ରକ: ପୁଅ ବାହାଘରରେ ଭୋଜି କରି ବାପା ଗଣିଲେ ୨୫ ହଜାର ଟଙ୍କା ଜୋରିମାନା

ଚାନ୍ଦବାଲି(କେନ୍ୟୁଜ୍): ଭୋଜି ପାଇଁ ତଣ୍ଡ ଗଣିଲେ । ପୁଅ ବାହାଘରରେ ଭୋଜି କରି ବାପା ଗଣିଲେ ୨୫ ହଜାର ଟଙ୍କା ଜୋରିମାନା । ଏମିତି ଏକ ଘଟଣା ଘଟିଛି ଚାନ୍ଦବାଲି ଥାନା ଅଧିନ ମତୋ ମାଳବାଡ଼ ମହାନ୍ତିସାହିରେ । ବର୍ତ୍ତମାନ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ରୂପ ଧାରଣ କରିଥିବାରୁ ରାଜ୍ୟ ସରକାର ସାରା ରାଜ୍ୟରେ ଲକଡାଉନ ଜାରି କରିଛନ୍ତି ।

ଏପରିକି ବିବାହ ଉତ୍ସବରେ ୫୦ଜଣ ଲୋକ ସାମିଲ ହେବାର ନିୟମ ରହିଛି । ହେଲେ ମତୋ ମହାନ୍ତି ସାହିର ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ଘରେ ଶତାଧିକ ଲୋକଙ୍କୁ ନେଇ ଚାଲିଥିଲା ଭୋଜି । ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର ଓ ଚାନ୍ଦବାଲି ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଭୋଜିକୁ ଅଧାରୁ ବନ୍ଦ କରିଥିଲେ । ଏଥିସହ ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ନାଁରେ ପଚିଶି ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.