Below header

ଲୁହା କଡ଼ାଇରେ ଖାଦ୍ୟ ତିଆରି କରୁଥିଲେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଶରୀରରେ ଆଇରନର ମାତ୍ରା କମ ଥିଲେ ଲୁହା କଡେଇରେ ଖାଦ୍ୟ ତିଆରି କରି ଖାଇବାର ପରାମର୍ଶ ଦିଆଯାଏ । ଏହା କରିବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ବୟସ୍କ ମହିଳାଙ୍କୁ ପ୍ରତିଦିନ୧୮ଏମଜିର ଆଇରନ ଶକ୍ତିର ଆବଶ୍ୟକତା ରହିଥାଏ । ଏହାସହ ପିଲାଙ୍କୁ ମଧ୍ୟ ଲୁହା କଡ଼ାଇରେ ତିଆରି ଖାଦ୍ୟ ଦେଲେ ତାଙ୍କ ଶରୀରରେ ହେମୋଗ୍ଲୋବିନର ମାତ୍ରା ଠିକ ରୁହେ ।

କିନ୍ତୁ ଏହାକୁ ଠିକ ରୂପେ ବ୍ୟବହାର ନକରିବା ଦ୍ୱାରା ଆମ ଶରୀରରେ ଅନେକ ସମସ୍ୟା ଦେଖାଯାଏ । ତେବେ ଚାଲନ୍ତୁ ସେହି ସବୁ ସମସ୍ୟା ବିଷୟରେ । ଯାହା ଖାଦ୍ୟ ତିଆରି କରିବା ପୂର୍ବରୁ ଆମେ ମାନିବା ଉଚିତ ।

– ଏସିଡ ଯୁକ୍ତ ତଥା ଖଟା ଜିନିଷ ଏହି କଡ଼ାଇରେ ପ୍ରସ୍ତୁତ କରିବା ଉଚିତ ନୁହେଁ । ଏହି ଖାଦ୍ୟ ଆପଣଙ୍କ ଶରୀର ପାଇଁ ବିଷାକ୍ତ ହୋଇପାରେ ।

– ତରକାରି କୁ ମଧ୍ୟ ଏଥିରେ ତିଆରି କରିପାରିବେ ନାହିଁ । କାରଣ ଏହାଦ୍ୱାରା ତରକାରି କଳା ହୋଇଯାଇଥାଏ । ଯାହା ଆପଣଙ୍କ ଶରୀର ପାଇଁ ଖରାପ ହୋଇଥାଏ ।

– ସବୁବେଳେ ମନେ ରଖିବେ, ଏଥିରେ ପ୍ରସ୍ତୁତ ହେଉଥିବା ସମସ୍ତ ଖାଦ୍ୟକୁ ତିଆରି ହେବା ପରେ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ଏହାଦ୍ୱାରା ଖାଦ୍ୟରେ କୌଣସି ପ୍ରକାର ଖରାପ ପ୍ରତିକ୍ରିୟା ହୋଇପାରିବ ନାହିଁ ।

– ପ୍ରତିଦିନ ଲୁହା ଜିନିଷରେ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ । ସପ୍ତାହକୁ କେବଳ ୨ ରୁ ୩ଥର ଏଥିରେ ଖାଦ୍ୟ ପ୍ରସ୍ତୁତ କରନ୍ତୁ ।

– ଏହାକୁ ଠିକ ରୂପେ ସଫା କରିବା ଆବଶ୍ୟକ । ଏହାକୁ ଡିଟରଜେଣ୍ଟ ପାଉଡରରେ ସଫା କରିବା ପରେ ସଫା କନାରେ ପୋଛିବାକୁ ଭୁଲନ୍ତୁ ନାହିଁ ।

– ଜଙ୍କ ନଲାଗିବା ପାଇଁ ଏଥିରେ ତେଲ ଲଗାଇ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.