ନୂଆବର୍ଷରେ ଓ୍ଵାର୍ଣ୍ଣରଙ୍କ ଘୋଷଣା, ଟେଷ୍ଟ ପରେ ଦିନିକିଆରୁ ନେଲେ ସନ୍ନ୍ୟାସ

ନୂଆବର୍ଷରେ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଲେ ଡେଭିଡ ଓ୍ଵାର୍ଣ୍ଣର । ଦିନିକିଆ ବିଶ୍ୱକପ ପରେ ସନ୍ନ୍ୟାସ ନେଇଛନ୍ତି । ଓ୍ଵାର୍ଣ୍ଣର ପାକିସ୍ତାନ ବିପକ୍ଷରେ ତୃତୀୟ ଟେଷ୍ଟ ପୂର୍ବରୁ ପ୍ରେସ କନଫରେନ୍ସ କରି ସୂଚନା ଦେଇଥିଲେ ।

ଅଷ୍ଟ୍ରେଲିଆ ବ୍ୟାଟର ଡେଭିଡ ଓ୍ଵାର୍ଣ୍ଣର ଟେଷ୍ଟ ସହିତ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଓ୍ଵାର୍ଣ୍ଣର ପାକିସ୍ତାନ ବିପକ୍ଷରେ ତୃତୀୟ ଟେଷ୍ଟ ପୂର୍ବରୁ ପ୍ରେସ କନଫରେନ୍ସ କରି ସୂଚନା ଦେଇଥିଲେ । ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ତାଙ୍କ ଟେଷ୍ଟ କ୍ୟାରିଅରର ଶେଷ ମ୍ୟାଚ୍‌ । ଟେଷ୍ଟ ରିଟାୟରମେଣ୍ଟ ଘୋଷଣା ଗତବର୍ଷ ଜୁନରେ କରିଥିଲେ ।

ପ୍ରେସ କନଫରେନ୍ସରେ ଓ୍ଵାର୍ଣ୍ଣର କହିଥିଲେ, ମୁଁ ନିଶ୍ଚିତ ଭାବେ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଉଛି । ମୁଁ ବିଶ୍ୱକପ ସମୟରେ କହିଥିଲି, ଏହାକୁ ପାର କରିବା ଏବଂ ଭାରତରେ ଜିତିବା । ମୋ ପାଇଁ ବଡ ଉପଲବ୍ଧି । ମୁଁ ଆଜି ସନ୍ନ୍ୟାସ ନେବା ନିଷ୍ପତ୍ତି ନେଇଛି । ଏମିତି କରିବା ଦ୍ୱାରା ବିଶ୍ୱର ଅନ୍ୟ କିଛି ଲିଗ୍‌ ଖେଳିବାକୁ ଅନୁମତି ମିଳିବ ।

ଏହି ୩୭ ବର୍ଷୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଦୁଇଥର ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିଅନ୍ କରିବାରେ ନିଜର ଭୂମିକା ଗ୍ରହଣ କରିଛନ୍ତି । ସେ ୨୦୧୫ ଏବଂ ୨୦୨୩ ODI ବିଶ୍ୱକପରେ ବିଜେତା ଦଳ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ୨୦୨୩ ବିଶ୍ୱକପରେ ସେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ରନ୍ ସ୍କୋରର ମଧ୍ୟ ହୋଇଥିଲେ । ଓ୍ଵାର୍ଣ୍ଣର ୨୨ଟି ଶତକ ସହିତ ହାରାହାରି ୪୫.୩୦ ରେ ଏହି ଫର୍ମାଟରେ ୬୯୩୨ ରନ୍ ସ୍କୋର କରିଛନ୍ତି । ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରେ କେବଳ ରିକି ପଣ୍ଟିଙ୍ଗ ସର୍ବାଧିକ ଦିନିକିଆ ଶତକ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.