ନୂଆବର୍ଷରେ ଚାଲିଗଲା ଜୀବନ, ଡିଭାଇଡରରେ କାର ପିଟି ହୋଇ ୬ ମୃତ

ଜାମସେଦପୁରରେ ଦୁର୍ଘଟଣା ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇଟି ଓଲଟି ପଡିଥିଲା । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା କରାଯାଉଛି ।

ଝାରଖଣ୍ଡ : ନୂଆବର୍ଷରେ ଅଘଟଣ । ଜାମସେଦପୁରରେ ଦୁର୍ଘଟଣା ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇଟି ଓଲଟି ପଡିଥିଲା । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା କରାଯାଉଛି । ସମସ୍ତ ଲୋକ ଆଦିତ୍ୟପୁରର ବାସିନ୍ଦା । ପୋଲିସ କହିବା ମୁତାବକ, ଦୁର୍ଘଟଣା ପରେ ୫ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ହସପିଟାଲରେ ମୃତ୍ୟୁବରଣ କରିଛନ୍ତି ।

ଖବର ମୁତାବକ, ଝାରଖଣ୍ଡ ଜାମସେଦପୁରଠାରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଜାମସେଦପୁର ଟାଟା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ସରାୟକେଲା-ଖରସବା ଜିଲ୍ଲାର ଆଦିତ୍ୟପୁର ଆରଟିଇ ଥାନା ଅନ୍ତର୍ଗତ ବାବା ଆଶ୍ରମର ନିବାସୀ ବୋଲି ଜଣାପଡ଼ିଛି ।


ସକାଳ ପାଖାପାଖି ୪.୩୦ ସମୟରେ ସମସ୍ତ ଯୁବକ ପିକନିକ୍ ମନାଇବାକୁ ଏକ ଇଣ୍ଡିଗୋ କାରରେ ଘରୁ ବାହାରିଥିଲେ ।  କାରଟି ବିଷ୍ଟୁପୁର ସର୍କିଟ ହାଉସ ଗୋଲେଇ ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଘଟଣା ବିଷୟରେ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.