ନୂଆ ବର୍ଷରେ ଗୁଗଲ୍‌ ପ୍ରସ୍ତୁତ କଲା ଦମଦାର ଡୁଡଲ, ଆପଣ ବି ଏହାର ମଜା ଉଠାନ୍ତୁ

ନୂଆ ବର୍ଷରେ ଗୁଗଲର ଡୁଡଲ୍ ଉଭୟ ଗୁଗଲର ୱେବ୍ ହୋମପେଜ ଏବଂ ମୋବାଇଲ୍ ହୋମପେଜରେ ନଜର ଆସୁଛି । ଗୁଗଲ୍ ଆପକୁ ଯାଇ ଆପଣ ଏହି ଭିନ୍ନ ଡୁଡଲକୁ ଦେଖିପାରିବେ । ଆପଣ ଆପ୍ ଖୋଲିବା ମାତ୍ରେ ଆପଣ ନୂଆ ଡୁଡଲକୁ ଦେଖି ପାରିବେ ।

ଆଜି ଅର୍ଥାତ୍ ୧ ଜାନୁଆରୀ ୨୦୨୪ରେ ସମଗ୍ର ବିଶ୍ୱ ନୂଆ ବର୍ଷ ସେଲିବ୍ରେଟ୍‌ କରୁଛି । କିଛି ଲୋକ ଭୋଜି କରୁଛନ୍ତି ତ କେହି କେହି ନାଚ ଗୀତରେ ନୂଆ ବର୍ଷକୁ ଉପଭୋଗ କରୁଛନ୍ତି । ଏହି ସ୍ପେସାଲ ଟାଇମରେ ଗୁଗଲ ଏକ ଦମଦାର ଡୁଡଲ ତିଆରି କରିଛି ଯାହାକୁ ଆପଣ ନିଜ ମୋବାଇଲ, ଲାପଟପ କିମ୍ବା କମ୍ପ୍ୟୁଟର ସ୍କ୍ରିନର ଗୁଗଲର ହୋମପେଜରେ ଦେଖିପାରିବେ ।

ନୂଆ ବର୍ଷରେ ଗୁଗଲର ଡୁଡଲ୍ ଉଭୟ ଗୁଗଲର ୱେବ୍ ହୋମପେଜ ଏବଂ ମୋବାଇଲ୍ ହୋମପେଜରେ ନଜର ଆସୁଛି । ଗୁଗଲ୍ ଆପକୁ ଯାଇ ଆପଣ ଏହି ଭିନ୍ନ ଡୁଡଲକୁ ଦେଖିପାରିବେ । ଆପଣ ଆପ୍ ଖୋଲିବା ମାତ୍ରେ ଆପଣ ନୂଆ ଡୁଡଲକୁ ଦେଖି ପାରିବେ ।

ନୂଆ ବର୍ଷର ୨୦୨୪ରେ ଗୁଗଲର ପ୍ରଥମ ଡୁଡଲରେ ଏକ ସାଇନିଙ୍ଗ୍‌ ଝୁଲୁଥିବା ବଲ୍‌ ରହିଛି, ଯେଉଁଥିରେ ବଲରେ ସ୍ମାଇଲି ଇମୋଜି ରହିଛି । ଆଜିର ଡୁଡଲ୍ ୭ଟି ରଙ୍ଗକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ।

ଗୁଗଲ୍ ର ଏହି ଡୁଡଲ୍ ଭାରତ ସମେତ ବିଶ୍ୱର ଅନେକ ଦେଶର ୟୁଜରମାନେ ଦେଖିପାରିବେ । ଗୁଗଲ ପ୍ରତ୍ୟେକ ଖାସ ଦିନମାନଙ୍କରେ ଏହାର ହୋମପେଜରେ ଡୁଡଲ ତିଆରି କରେ । ଗୁଗଲ ଗତକାଲି ଅର୍ଥାତ୍ ୩୧ ଡିସେମ୍ବର ୨୦୨୩ରେ ମଧ୍ୟ ଏକ ଡୁଡଲ୍ ତିଆରି କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.