Below header

ଟୋକିଓ ଅଲିମ୍ପିକ୍ସ: ମହିଳା ହକି ଟିମରେ ଓଡିଶାରୁ ଦୀପ ଗ୍ରେସ୍ ଏକ୍କା

ଭୁବନେଶ୍ୱର(କେ ନ୍ୟୁଜ):  ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ ପାଇଁ ହକି ଇଣ୍ଡିଆ ପକ୍ଷରୁ ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରାଯାଇଛି । ଏହି ଟିମରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛି । ତେବେ ଆଉ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ନମିଳିବା ହକିପ୍ରେମୀଙ୍କୁ ଏକ ପ୍ରକାର ନିରାଶ କରିଛି । ଦଳର କ୍ୟାପଟେନ୍ସିପ ଦାୟିତ୍ୱ ରାନୀ ରାମପଲଙ୍କୁ ଦିଆଯାଇଛି । ବେଙ୍ଗାଲୁରୁର ସାଇ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା କ୍ୟାମ୍ପରୁ ହିଁ ଏହି ଦଳର ଚୟନ କରାଯାଇଛି। ଚଳିତ ଥର ଦଳରେ ୮ ଜଣ ଅଭିଜ୍ଞ ଖେଳାଳିଙ୍କୁ ସ୍ଥାନ ମିଳିଥିବା ବେଳେ ୮ ନୂଆ ମୁହଁଙ୍କୁ ସୁଯୋଗ ମିଳିଛି । ଟିମ୍ ଚୟନ ନେଇ କୋଚ୍ ମାରିନ୍ ନିଜ ମତ ରଖିଛନ୍ତି ।

ଗତ ଏକ ବର୍ଷ ଧରି ଟିମ କଠିନ ପରିଶ୍ରମ କରି ଆସୁଛନ୍ତି । ଏହି ଟିମରେ ଅଭିଜ୍ଞ ଖେଳାଳି ଓ ନୂଆ ପ୍ରତିଭାର ମିଶ୍ରଣ ରହିଛି, ଯାହା ଫଳପ୍ରଦ ହେବ । ଏହି ଟିମ୍ ଅଲିମ୍ପିକରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶା ରଖାଯାଇଛି । ସେହିପରି ହକି ଇଣ୍ଡିଆର ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମବାମ୍ କହିଛନ୍ତି, ବର୍ତ୍ତମାନ ଭାରତୀୟ ମହିଳା ଟିମ୍ ଯେଉଁ ଫର୍ମରେ ଅଛି, ତାକୁ ହାସଲ କରିବା ପାଇଁ ଟିମ୍ ବର୍ଷେ ଧରି ଅନେକ ପରିଶ୍ରମ କରିଛି । ମୁଁ ନିଶ୍ଚିତ ଯେ ଏହି ଟିମ୍ ବିରୋଧୀ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେବ। ଚୟନ ହୋଇଥିବା ସମସ୍ତ ଖେଳାଳିଙ୍କୁ ମୁଁ ଅଲିମ୍ପିକରେ ଭଲ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.