Below header

ଆଜି ହେବ ଭାରତ-ସାଉଥ ଆଫ୍ରିକା ନିର୍ଣ୍ଣାୟକ ମୁକାବିଲା, କର ବା ମର ସ୍ଥିତିରେ ଉଭୟ ଦଳ

ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆ ସାଉଥ ଆଫ୍ରିକା ବିପକ୍ଷରେ ତିନିଟି ଦିନିକିଆ ମ୍ୟାଚ ଖେଳୁଛି। ସିରିଜ ଏବେ ୧-୧ରେ ବରାବର ରହିଛି। ତେବେ ଆଜି ଟିମ୍‌ ଇଣ୍ଡିଆ ସାଉଥ ଆଫ୍ରିକା ମଧ୍ୟରେ ହେବ ନିର୍ଣ୍ଣାୟକ ଲଢେଇ। ସାଉଥ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ ରାଞ୍ଚିରେ ଟିମ୍‌ ଇଣ୍ଡିଆ ଜରବଦସ୍ତ କମବ୍ୟାକ୍‌ କରିଥିଲା। ତେବେ ଆଜିର ମ୍ୟାଚ ନୂଆଦିଲ୍ଲୀରେ ବେଶ୍‌ ନିର୍ଣ୍ଣାୟକ ମୁକାବିଲା ହେବ। ମ୍ୟାଚ ଜିତି ସିରିଜ ହାତେଇବା ପାଇଁ ଉଭୟ ଦଳ ଆଜି ଚେଷ୍ଟା କରିବେ।

ଦ୍ବିତୀୟ ଦିନିକିଆରେ ବିଜୟ ପରେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ିଥିବାରୁ ଶେଷ ମ୍ୟାଚ୍ ରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ତୃତୀୟ ଦିନିକିଆ ଜିତି ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ମେନ୍ ଇନ୍ ବ୍ଲୁ । ଅନ୍ୟପଟେ ଟି-୨୦ ବିଶ୍ବକପ୍ ପୂର୍ବରୁ ସାଉଥ ଆଫ୍ରିକା ପାଖରେ ଏହା ଶେଷ ଅଭ୍ୟାସ ସଦୃଶ ମ୍ୟାଚ୍ । ତେଣୁ ଉଭୟ ଦଳ ପାଇଁ କର ବା ମର ସ୍ଥିତି ।

ଅଧିନାୟକ ଶିଖର ଧଓ୍ଵନଙ୍କୁ ଛାଡି ଟିମ୍‌ ଇଣ୍ଡିଆର ସବୁ ଯୁବ ଖେଳାଳି ରହିଛି। ଭାରତ ପାଇଁ ଶ୍ରେୟସ ଆୟର, ଈଶାନ କିଷନ, ସଞ୍ଜୁ ସାମସନ ଜବରଦସ୍ତ ଫର୍ମରେ ରହିଛନ୍ତି। ଦ୍ୱିତୀୟ ଦିନିକିଆରେ ଶ୍ରେୟସ ଆୟର ଜବରଦସ୍ତ ଶତକ ଲଗାଇଥିଲେ। ସେହିଭଳି ସଞ୍ଜୁ ସାମସନ ଏବଂ ଈଶାନ କିଷନ ଭଲ ଖେଳିଥିଲେ। ତେଣୁ ଆଜି ବି ଭଲ ପ୍ରଦର୍ଶନ କରି ସିରିଜ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ।

ତେବେ ଦିଲ୍ଲୀ ପିଚ୍ ବ୍ୟାଟିଂକୁ ସୁହାଉଥିବା ବେଳେ ବ୍ୟାଟରଙ୍କ ପାଇଁ ବଡ଼ ରନ୍ କରିବା ସୁଯୋଗ ରହିଛି। ହେଲେ ବି ମ୍ୟାଚ୍ ଉପରେ ବର୍ଷାର ଭୟ ରହିଛି । ଯଦି ବିଳମ୍ବରେ ଖେଳ ଆରମ୍ଭ ହୁଏ, ତାହେଲେ ସୀମିତ ଓଭରର ମ୍ୟାଚରେ ଜବରଦସ୍ତ ଖେଳ ଦେଖିବାକୁ ମିଳିବ।

Also Read : ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଜିତିଲା ବଧିର ଟି-୨୦ ଚାମ୍ପିୟନ୍ସ ଟ୍ରଫି, ଯୁବରାଜ ସିଂ ଜଣାଇଲେ ଶୁଭେଚ୍ଛା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.