Below header

ଧୋନି ଲଞ୍ଚ କଲେ ମେଡ ଇନ୍‌ ଇଣ୍ଡିଆ ଡ୍ରୋନ୍‌ ‘Droni’, ଫସଲ ଉପରେ କରିପାରିବ କୀଟନାଶକ ସିଞ୍ଚନ

ଭାରତୀୟ କ୍ରିକେଟ ଜଗତର କୁଲ୍‌ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି କ୍ରିକେଟ ଜଗତରୁ ବ୍ରେକ ନେଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରିଛନ୍ତି। ଆଉ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରିବା ପରେ ଧୋନି କ୍ୱାଡକାପ୍ଟର କଞ୍ଜ୍ୟୁମର କ୍ୟାମେରା ଡ୍ରୋନ୍ ଲଞ୍ଚ କରିଛନ୍ତି, ଯାହାର ନାମ ‘ Droni ’ ରଖାଯାଇଛି। ଏହି ଡ୍ରୋନକୁ ଗରୁଣ ଏୟରୋସ୍ପେସ୍ ପକ୍ଷରୁ ସଂପୂର୍ଣ୍ଣ ଭାବେ ଭାରତରେ ପ୍ରସ୍ତୁତ କରାଯାଇଛି ଏବଂ ଆଉ କମ୍ପାନୀର ବ୍ରାଣ୍ଡ ଆମ୍ୱାସାଡାର ରହିଛନ୍ତି ଧୋନି । ସୂଚନାଯୋଗ୍ୟ, ଏହି ଡ୍ରୋନ୍ ଏହା ପୂର୍ବରୁ ଚେନ୍ନାଇରେ ଗ୍ଲୋବାଲ ଡ୍ରୋନ୍ ଏକ୍ସପୋରେ ଶୋକେସ୍ କରିଥିଲା ।

ଡ୍ରୋନି ଏକ ବ୍ୟାଟେରୀରେ ଚାଲୁଥିବା ଡ୍ରୋନ୍, ଯାହାକୁ ମୁଖ୍ୟ ଭାବେ ତଦାରଖ (ସର୍ଭିଲାନ୍ସ) ପାଇଁ ଡିଜାଇନ କରାଯାଇଛି । କମ୍ପାନୀ ଏହାର ଦାମ୍ ବା ଫିଚର୍ସର ସୂଚନା ଏବେ ଦେଇନାହିଁ ଏବଂ ଚଳିତ ବର୍ଷର ଶେଷ ସୁଦ୍ଧା ଡ୍ରୋନ୍ ମାର୍କେଟକୁ ଆସିପାରେ । ମାର୍କେଟରେ ଲଞ୍ଚ ବେଳେ ହିଁ ଏହାର ଦାମ୍ ଓ ହାର୍ଡୱେୟାର ସହ ଜଡ଼ିତ ଅନ୍ୟ ସୂଚନା ସାମ୍ନାକୁ ଆସିବାର ଆଶା କରାଯାଉଛି ।

ଧୋନି ଗରୁଣ ଏରୋସ୍ପେସ୍ କମ୍ପାନୀର କେବଳ ବ୍ରାଣ୍ଡ ଆମ୍ୱାସାଡାର ନୁହଁନ୍ତି, ସେ ଏଥିରେ ନିବେଶକ ଭାବେ ପାର୍ଟନର ବି ଅଛନ୍ତି । ଲଞ୍ଚ ବେଳେ ସେ କହିଛନ୍ତି କି କୋଭିଡ-୧୯ ଲକଡାଉନ୍ ବେଳେ ସେ ଚାଷରେ ରୁଚି ରଖିଥିଲେ ଏବଂ ଚାଷ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଡ୍ରୋନ୍ସ ଖୁବ୍ ମହତ୍ତ୍ୱପୂର୍ଣ୍ଣ ବୋଲି ଜାଣିବାକୁ ପାଇଥିଲେ । କମ୍ପାନୀ କୃଷକ ଡ୍ରୋନ୍ ନାମର ଏକ ଅନ୍ୟ ଡ୍ରୋନ୍ ଲଞ୍ଚର ଘୋଷଣା କରିଛି, ଯେଉଁଥିରେ ଫସଲ ଉପରେ କୀଟନାଶକ ସିଞ୍ଚନ ଭଳି କାମ ହୋଇପାରେ ।

ଗରୁଣ ଏରୋସ୍ପେସର ଫାଉଣ୍ଡର ତଥା ସିଇଓ ଅଗ୍ନିଶ୍ୱର ଜୟପ୍ରକାଶ କହିଛନ୍ତି, ଏହି ନୂଆ ଡ୍ରୋନ ସଂପୂର୍ଣ୍ଣ ଭାବେ ସ୍ୱଦେଶୀ ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଛି। ଏଥିରେ ଅଲଗା ଅଲଗା ପ୍ରକାରର ସିଭିଲାନ୍ସର ବ୍ୟବହାର କରାଯାଇଛି। ହାଇ କ୍ୱାଲିଟି ଏବଂ ସିମଲେସ ଟେକ୍ନୋଲୋଜି ସହିତ ଏହାକୁ ଲଞ୍ଚ କରାଯାଇଛି। ଏହାର ଫାଇଦା ଭିନ୍ନ ଭିନ୍ନ ପ୍ରକାରର କାମରେ ଦେଖିବାକୁ ମିଳିପାରେ।

ସୂଚନାଯୋଗ୍ୟ, କ୍ରିକେଟ୍ ଜଗତରେ ନାମ ଅର୍ଜନ କରିବା ପରେ ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରି ପାଦ ଦେବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମାହିଙ୍କ ପ୍ରଡକ୍ସନ୍ ହାଉସର ନାମ “ଧୋନି ଏଣ୍ଟରଟେନମେଣ୍ଟ”। କିନ୍ତୁ ସେ ବଲିଉଡରେ ନୁହେଁ, ସାଉଥ୍ ଇଣ୍ଡଷ୍ଟ୍ରିରେ କାମ କରିବେ। ଖବର ଅନୁଯାୟୀ ସେ ତାମିଲ, ତେଲୁଗୁ, ମାଲାୟାଲମ୍ ଭାଷାରେ ଫିଲ୍ମ ନିର୍ମାଣ କରିବେ।

ଧୋନିଙ୍କ ପ୍ରଡକ୍ସନ୍ ହାଉସ୍ ତାମିଲ, ତେଲୁଗୁ ଏବଂ ମାଲାୟାଲମରେ ଫିଲ୍ମ ନିର୍ମାଣ କରିବ ବୋଲି ଲେଟ୍ସ ସିନେମା ରବିବାର ଦିନ ଏକ ଟ୍ୱିଟ୍‌ରେ କହିଛି। ବିକାଶ ହାସିଜା ‘ଧୋନି ଏଣ୍ଟରଟେନମେଣ୍ଟ’ ର ବିଜନେସ୍ ହେଡ୍। ପ୍ରଡକ୍ସନ୍ ହାଉସ୍ ଏପର୍ଯ୍ୟନ୍ତ ତିନୋଟି ପ୍ରୋଜେକ୍ଟରେ କାମ କରିଛି, ରୋୟର୍ ଅଫ୍ ଦି ଲାୟନ୍, ବ୍ଲେଜ୍ ଟୁ ଗ୍ଲୋରୀ ଏବଂ ଦି ହିଡେନ୍ ହିନ୍ଦୁ।

Also Read : କ୍ରିକେଟ୍ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ମାହି, ଲଞ୍ଚ୍ କଲେ “ଧୋନି ଏଣ୍ଟରଟେନମେଣ୍ଟ” ପ୍ରଡକ୍ସନ୍ ହାଉସ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.