କ୍ରିକେଟ୍ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ମାହି, ଲଞ୍ଚ୍ କଲେ “ଧୋନି ଏଣ୍ଟରଟେନମେଣ୍ଟ” ପ୍ରଡକ୍ସନ୍ ହାଉସ୍

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସେ ତାଙ୍କ କ୍ରିକେଟ୍ କ୍ୟାରିୟରରେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଆଜି ବି ଅକ୍ଷୁର୍ଣ୍ଣ ରହିଛି | ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଧୋନି ଭାରତ ପାଇଁ ୯୦ ଟି ଟେଷ୍ଟ, ୩୫୦ ଟି ODI ଏବଂ ୯୮ ଟି -20 ମ୍ୟାଚ ଖେଳିଛନ୍ତି ।
କହିବାକୁ ଗଲେ କ୍ରିକେଟ୍ ଜଗତରେ ନାମ ଅର୍ଜନ କରିବା ପରେ ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରି ପାଦ ଦେବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମାହିଙ୍କ ପ୍ରଡକ୍ସନ୍ ହାଉସର ନାମ “ଧୋନି ଏଣ୍ଟରଟେନମେଣ୍ଟ”। କିନ୍ତୁ ସେ ବଲିଉଡରେ ନୁହେଁ, ସାଉଥ୍ ଇଣ୍ଡଷ୍ଟ୍ରିରେ କାମ କରିବେ। ଖବର ଅନୁଯାୟୀ ସେ ତାମିଲ, ତେଲୁଗୁ, ମାଲାୟାଲମ୍ ଭାଷାରେ ଫିଲ୍ମ ନିର୍ମାଣ କରିବେ।
ଧୋନିଙ୍କ ପ୍ରଡକ୍ସନ୍ ହାଉସ୍ ତାମିଲ, ତେଲୁଗୁ ଏବଂ ମାଲାୟାଲମରେ ଫିଲ୍ମ ନିର୍ମାଣ କରିବ ବୋଲି ଲେଟ୍ସ ସିନେମା ରବିବାର ଦିନ ଏକ ଟ୍ୱିଟ୍ରେ କହିଛି। ବିକାଶ ହାସିଜା ‘ଧୋନି ଏଣ୍ଟରଟେନମେଣ୍ଟ’ ର ବିଜନେସ୍ ହେଡ୍। ପ୍ରଡକ୍ସନ୍ ହାଉସ୍ ଏପର୍ଯ୍ୟନ୍ତ ତିନୋଟି ପ୍ରୋଜେକ୍ଟରେ କାମ କରିଛି, ରୋୟର୍ ଅଫ୍ ଦି ଲାୟନ୍, ବ୍ଲେଜ୍ ଟୁ ଗ୍ଲୋରୀ ଏବଂ ଦି ହିଡେନ୍ ହିନ୍ଦୁ।
#LetsCinema EXCLUSIVE: Dhoni is launching his film production company in south ‘Dhoni Entertainment’ to produce films in Tamil, Telugu and Malayalam. pic.twitter.com/zgTxzdSynT
— LetsCinema (@letscinema) October 9, 2022
ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଧୋନି ଙ୍କ ପୁରୁଣା ସମ୍ପର୍କ ରହିଛି। ଧୋନିଙ୍କ ଜୀବନୀ ଉପରେ ଏକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ଫିଲ୍ମଏ ନାମ ଥିଲା ‘ଧୋନି-ଅନଟୋଲ୍ଡ ଷ୍ଟୋରୀ’ । ଏହି ଚଳଚ୍ଚିତ୍ର ଧୋନିଙ୍କ ଜୀବନୀ ଉପରେ ଥିଲା ଯେଉଁଥିରେ ସୁଶାନ୍ତ ସିଂ ରାଜପୁତ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।
ସୂଚନାଯୋଗ୍ୟ ଯେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୦୭ ମସିହାରେ ଟି -20 ବିଶ୍ୱକପ ଟାଇଟଲ ଜିତିଥିଲା। ଏହା ବ୍ୟତୀତ ଧୋନିଙ୍କ ନେତୃତ୍ୱରେ ଦଳ ୨୦୧୧ ରେ ODI ବିଶ୍ୱକପ ଟାଇଟଲ ଜିତିଥିଲା। ଏଥି ସହିତ, ୨୦୧୩ ରେ ଧୋନିଙ୍କ ନେତୃତ୍ୱରେ ଭାରତ ଚାମ୍ପିଅନ୍ସ ଟ୍ରଫିରେ ନିଜର ସ୍ଥାନ ହାସଲ କରିଥିଲା।