Below header

ଛତ୍ରପୁରରେ ପୂର୍ବାଞ୍ଚଳ ଖୋ-ଖୋ ଚାମ୍ପିଅନସିପ୍

ଗଞ୍ଜାମ (କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଜାତୀୟ ସ୍ତରୀୟ ଖୋ-ଖୋ ଚାମ୍ପିଅନ୍‌ସିପ୍ । ଏଠାରେ ଆୟୋଜିତ ହୋଇଛି ୨୨ତମ ପୂର୍ବାଞ୍ଚଳ ମହିଳା ଓ ପୁରୁଷ ବର୍ଗ ଦିବା ରାତ୍ର ଖୋଖୋ ଚାମ୍ପିଅନସିପ୍ ଚାଲିଛି ।
ଏହି ପ୍ରତିଯ଼ୋଗିତାର ପୁରୁଷ ବିଭାଗରେ ୧୦ଟି ଏବଂ ମହିଳା ବିଭାଗରେ ୯ଟି ଦଳ ଭାଗ ନେିଛନ୍ତି । ଯୋଗ ଦେଇଛନ୍ତି ମୋଟ ୨୨୮ ଜଣ ପ୍ରତିଯ଼ୋଗୀ । ଖେଳ ପରିଚାଳନା ପାଇଁ ୨୫ଜଣ ଅଫିସିଆଲ ଅଛନ୍ତି ।

KHO-KHO-1

ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା ଚୋରିଟି ଦଳ ଜାତୀୟସ୍ତର ପ୍ରତିଯୋଗିତାରେ ଭାଗ ନେବେ । ଗତକାଲି ସଂଧ୍ୟାରେ ଏହି ଦିବା ରାତ୍ର ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଉଦଘାଟନ ହୋଇଥିବା ବେଳେ ଆସନ୍ତା କାଲି ଏହାର ଉଦଯାପନ ହେବ । ଛତ୍ରପୁର ବିଧାୟକ ଡକ୍ଟର ପ୍ରିୟାଶୁଂ ପ୍ରଧାନ ଏହାର ଉଦଘାଟନ କରିଥିଲେ । ଓଡ଼ିଶା ଖୋ ଖୋ ଆସୋସିଏସନ ଏହାକୁ ସହାୟତାରେ ପ୍ରତିଯୋଗିତାକୁ ଛତ୍ରପୁର କ୍ରୀଡା ସଂଘ ଆୟୋଜନ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.