ରାଜ୍ୟ କ୍ୟାବିନେଟରେ ୩ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ବର (କେନ୍ୟୁଜ୍) : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପୋଲିସ ସେବା ଓ ଓଡ଼ିଶା ସଶସ୍ତ୍ର ପୋଲିସ ସେବାର ବିଭାଗୀୟ ପଦୋନ୍ନତି ପାଇଁ ଓଡ଼ିଶା ପୋଲିସ ସର୍ଭିସ ଏବଂ ଓଡ଼ିଶା ପୋଲିସ ଆର୍ମଡ ପୋଲିସ-୨୦୧୩ରେ ସଂଶୋଧନ ହୋଇଛି। ଓଡ଼ିଶା ସରକାରୀ ଡ୍ରାଇଭର ନିୟମାବଳୀରେ ମଧ୍ୟ ସଂଶୋଧନ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଓଡ଼ିଶା ସଚିବାଳୟ ସେବା ନିଯୁକ୍ତି ପ୍ରଣାଳୀ ଓ ଚାକିରୀ ସର୍ତ୍ତାବଳୀ ନିୟମରେ ସଂଶୋଧନ କରାଯାଇଛି । ଏହି ନିୟମ ଅନୁଯାୟୀ ଉପବିଭାଗ ପଦରୁ ପଦୋନ୍ନତି ପାଇଁ ଚାକିରୀ ଅଭିଜ୍ଞତା ସର୍ତ୍ତକୁ ୧୨ ବର୍ଷରୁ ୮ ବର୍ଷ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.