Below header

ଇଂଲଣ୍ଡର ଦମଦାର ବିଜୟ, ୬ ୱିକେଟରେ ହରାଇଲା ଭାରତକୁ

ପୁଣେ ଦିନିକିଆରେ ଇଂଲଣ୍ଡର ଦମଦାର ବିଜୟ । ୩୩୭ରନ ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଭାରତକୁ ୬ ଓ୍ଵିକେଟରେ ପରାସ୍ତ କରିଛି । ୩ ଟିକିଆ ସିରିଜ ଏବେ ୧-୧ରେ ବରାବର ଅଛି ।

ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ ଆସିଥିଲା ଭାରତ । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାୱନ ଓପନିଂ କରିଥିଲେ । ଦୁଇ ଓପନର ବିଫଳ ହେବାପରେ କୋହଲି ଓ ରାହୁଲ ଦମଦାର ପାଳି ଖେଳିଥିଲେ । ଆଉ ଦଳକୁ ମଜବୁତ ସ୍ଥିତିକୁ ନେଇଥିଲେ । ଏହାପରେ ରିଷବ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ ।

୩୩୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଇଂଲଣ୍ଡ ଦଳ । ଇଂଲଣ୍ଡ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା । ବ୍ରିଟିସ ବାହିନୀ ହିରୋ ସାଜିଥିଲେ ଜନି ବ୍ରେଷ୍ଟ୍ରୋ । ସେହିପରି ବେନ ଷ୍ଟୋକ୍ସ ୯୯, ଜାସନ ରଏ ୫୫ ରନ କରିଥିଲେ । ଫଳରେ ଇଂଲଣ୍ଡ ୪୪ ଓଭରରେ ୪ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରି ବିଜୟ ଲାଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.