ରାଜଧାନୀରୁ ପୁଣି ୫୦ କେଜି ଗଞ୍ଜେଇ ଜବତ: ୨ ମହିଳା ଏବଂ ଜଣେ ପୁରୁଷକୁ ବାନ୍ଧିଲା ଅବକାରୀ ବିଭାଗ

ଭୁବନେଶ୍ବର: ରାଜଧାନୀରୁ ପୁଣି ମହିଳା ଗଞ୍ଜେଇ ବେପାରୀ ଗିରଫ । ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷକୁ ବାନ୍ଧିଲା ଅବକାରୀ ବିଭାଗ । ଏମାନଙ୍କଠାରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି ।

ଭୋରରୁ ଅବକାରୀ ବିଭାଗ ତମାଣ୍ଡୋ ଏନଏଚ ପାଖରେ ପାଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ବୋଝେଇ ଟାଟା ଏସି ପିକଅପକୁ ଧରିଥିଲା । ଗିରଫ ଅଭିଯୁକ୍ତ ହେଉଛନ୍ତି ସବିତା ଦିଗଲ, ମମତା ଦିଗଲ ଓ ସୁରଥ ବେହେରା । ଜବତ ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱରକୁ ଆସୁବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.