ବଲିଉଡ ପରେ ହଲିଉଡରେ ଡେବ୍ଯୁ କରିପାରନ୍ତି ରାଜକୁମାର ରାଓ ! ଜାଣନ୍ତୁ କ’ଣ କହିଲେ ରାଜକୁମାର

ଅଭିନେତା ରାଜକୁମାର ରାଓଙ୍କ ବଲିଉଡରେ ଜଣେ ଲୋକପ୍ରିୟ କଳାକାର। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଉଥିବା ରାଜକୁମାରଙ୍କ ଡିମାଣ୍ଡ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଆଗକୁ ମଧ୍ୟ ଅନେକ ଅଫର ରହିଛି। ଅଭିନେତାଙ୍କ କାମ ଏତେ କମାଲ ଯେ ତାଙ୍କ ଫିଲ୍ମକୁ ଓସ୍କାର ପର୍ଯ୍ୟନ୍ତ ମଧ୍ୟ ନୋମିନେସନ୍ ମିଳିଛି। ନିକଟରେ ତାଙ୍କର ‘ଦ ହ୍ୱାଇଟ ଟାଇଟର୍ସ’କୁ ଓସ୍କାରରେ ସ୍ଥାନ ଦିଆଯାଇଛି। ଯେବେଠୁ ଫିଲ୍ମକୁ ନେଇ ଏତେ ବଡ଼ ଘୋଷଣା କରାଯାଇଛି, ସେବେଠୁ ଅନ୍ଦାଜ ଲଗାଯାଉଛି କି, ଅଭିନେତା ଖୁବ୍ ଶୀଘ୍ର ହଲିଉଡରେ ଡେବ୍ୟୁ କରିପାରନ୍ତି।

ରାଜକୁମାରଙ୍କୁ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ହଲିଉଡରେ ଡେବ୍ୟୁ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି ? ସୋସିଆଲ ମିଡ଼ିଆରେ ଏହିଭଳି ପ୍ରଶ୍ନ ଉଠିବା ପରେ ଏକ ନ୍ୟୁଜ୍ ପୋର୍ଟାଲକୁ ସେ ଜବାବ ଦେଇ କହିଛନ୍ତି କି, ତାଙ୍କୁ ଅନେକ ଭଲ ଭଲ ଅଫ୍ର ମିଳିବା ଆରମ୍ଭ ହୋଇଯାଇଛି। କିନ୍ତୁ ସେ ଏବେ ବି ଅପେକ୍ଷାରେ ଅଛନ୍ତି। ତାଙ୍କ କହିବାନୁସାରେ, ତାଙ୍କୁ ଅନେକ ଅଫର ମିଳୁଛି, କିନ୍ତୁ ସେ ଅନ୍ୟ କିଛି ଅପେକ୍ଷା କରିଛନ୍ତି।

 

View this post on Instagram

 

A post shared by RajKummar Rao (@rajkummar_rao)

ହଲିଉଡ ଫିଲ୍ମରେ ହିରୋ ଭାବେ କାମ କରିବାକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି ରାଜକୁମାର। ବଲିଉଡରେ ଅଭିନୟ ଯାଦୁ ଦେଖାଇବା ପରେ ଏବେ ହଲିଉଡରେ ନିଜର ଅଭିନୟ ଯାଦୁ ଦେଖାଇବେ। ଏବେ କେତେ ବେଳେ ଏବଂ କେଉଁ ଫିଲ୍ମ ଜରିଆରେ ରାଜକୁମାରଙ୍କୁ ଏହି ମଉକା ମିଳିବ, ତାହା ଦେଖିବାକୁ ବାକି ରହିଲା।

ସୂଚନାଯୋଗ୍ଯ, ରାଜକୁମାରଙ୍କ ଅପକମିଂ ଫିଲ୍ମ ‘ବଧାଇ’ ରହିଛି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ରାଜକୁମାରଙ୍କ ସହିତ ଭୂମି ପେଡେନକର ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.